jsm

ଛତ୍ରପୁର ସ୍ଥିତ କରାତଳି ଗ୍ରାମରେ ମାଗଣା ଚିକିତ୍ସା ଶିବିର

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମର ଦିବ୍ୟ ଜୀବନ ସଂଘ ପରିସରରେ ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଦିନିକିଆ ମାଗଣା ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ରେଫ୍ଲେକ୍ସୋଲୋଜି ଥେରାପିଷ୍ଟ ଶୁଭ୍ରକାନ୍ତ ପାଢୀ ଏହି ଶିବିରରେ ଯୋଗ ଦେଇ ମେରୁଦଣ୍ଡ, କାନ୍ଧ, ଆଣ୍ଠୁ, ବେକ, ଅଣ୍ଟା, କହୁଣୀ, ଖଞ୍ଜା ଯନ୍ତ୍ରଣା ଓ ପାରାଲିସିସ୍ ରୋଗାକ୍ରାନ୍ତ ଶତାଧିକ ପୁରୁଷ ଓ ମହିଳାଙ୍କୁ ପରୀକ୍ଷା କରି ବିନା ଔଷଧରେ ବିଭିନ୍ନ ଉପକରଣ ସହାୟତାରେ କିଭଳି ସୁସ୍ଥ ହୋଇ ପାରିବେ ସେ ନେଇ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ । ଛତ୍ରପୁର ରୋଟାରୀ କ୍ଲବର ଆଗାମୀ ବର୍ଷ ପାଇଁ ନିର୍ବାଚିତ ସଭାପତି ନିରଞ୍ଜନ ପାତ୍ର, ଆସିଷ୍ଟାଣ୍ଟ ଗଭର୍ଣ୍ଣର ଏସ ରେଖା ମହାନ୍ତି, କରାତଳି ଦିବ୍ୟ ଜୀବନ ସଂଘର ରାଜେନ୍ଦ୍ର ନାହାକ, ସୋମନାଥ ପଢିଆରୀ, ଜି ରଘୁନାଥ ରେଡ୍ଡୀଙ୍କ ସହଯୋଗରେ ପରିଚାଳିତ ଏହି ଶିବିରରେ ଶତାଧିକ ଗ୍ରାମବାସୀ ଯୋଗଦେଇ ଚିକିତ୍ସିତ ହୋଇଥିଲେ ।

yuvodaya
Leave A Reply

Your email address will not be published.