jsm

ବଣାଇରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି

csstore

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଆଦିବାସୀ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ଆଜି ସୁନ୍ଦରଗଡ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଯୁଗ୍ମ ଜନ ଶୁଣାଣି କରିଛନ୍ତି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୮୨ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୫୨ ଗୋଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ବା ଦଳଗତ ଭାବେ ମୋଟ ୩୦ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ପ୍ରତ୍ୟକ୍ଷରେ ୬ ଗୋଟି ଅଭିଯୋଗର ସମାଧାନ ଜିଲ୍ଲାପାଳ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ଜଣଙ୍କୁ ୧୦ ହଜାର ଟଙ୍କା ଓ ଅନ୍ୟ ଜଣକୁ ୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ପ୍ରଭାକର ମହାଜନ, ରାଉରକେଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୋ, ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ, ବଣାଇ ଡିଏଫ୍‌ଓ ଲଲିତ କୁମାର ପାତ୍ର, ବଣାଇ ପିଏ ଆଇଟିଡିଏ ବିଶ୍ଵଦର୍ଶି ସାହୁ, ବଣାଇ ଉପଖଣ୍ଡ ପୋଲିସ୍ ଅଧିକାରୀ ସ୍ଵରାଜ ଦେବତା, ବଣାଇ ବିଡିଓ ସ୍ଵଦୀପ କୁମାର ଟପ୍ନ, ଏସିଏଫ୍‌ ସମୀର କୁମାର ତିର୍କି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ତଥା ଜନସାଧାରଣ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.