csstore

ମୁରିବାହାଲ ଥାନା ପାଖ ଘରୁ ଚୋରି ଅଭିଯୋଗ

  • ନଗଦ ୧ ଲକ୍ଷ ଟଙ୍କା, ୨ଟି ମୋବାଇଲ, ସୁନା ଓ ରୁପା ଚୋରି

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ମୁରିବାହାଲ ଥାନା ପାଖ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାଠାରୁ ମାତ୍ର ୫ ଶହ ମିଟର ଦୂର ଷ୍ଟେସନପଡାର ମୁରଲୀ ବାଗଙ୍କ ଘର ଓ ଦୋକାନରୁ ବିଳମ୍ବିତ ରାତିରେ ବହୁ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ଏତଲା ଦେଇଛନ୍ତି । ଏହି ଚୋରିରେ ନଗଦ ୧ଲକ୍ଷ ଟଙ୍କା, ଅଧା ତୋଳା ସୁନା, ଅଧା ତୋଳା ରୁପା ଓ ୨ଟି ମୋବାଇଲ ଫୋନ ଚୋରି ହୋଇଥିବା ଜଣାପଡିଛି । ଏତଲା ଆଧାରରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ କରିଛି । ଖୁବଶୀଘ୍ର ସମସ୍ତ ଦୃବୃର୍ତ୍ତମାନଙ୍କୁ ଗିରଫ କରାଯାଇ ଚୋରି ସାମଗ୍ରୀ ଉଦ୍ଧାର କରାଯିବ ବୋଲି ପୁଲିସ ପ୍ରକାଶ କରିଥିଲେ ମଧ୍ୟ ପୂର୍ବରୁ ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକ ଠାରୁ ଆରମ୍ଭ କରି କୌଣସି ମାମଲାରେ ସଫଳତା ମିଳି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ନିଦାବିଷ୍ଣୁ ପାଲଟିଛି ସାଧାରଣରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.