csstore

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ମହୋତ୍ସବ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ତୀର୍ଥକ୍ଷେତ୍ର ହରିଶଙ୍କରଠାରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରୁ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ଅପରାହ୍ନ ପୂର୍ଣ୍ଣାହୁତି ସହ ଶେଷ ହୋଇଥିବା ବେଳେ ମୁଖ୍ୟ କର୍ତ୍ତା ରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଓ ପବିତ୍ର ପଟେଲ କାର୍ଯ୍ୟ ସମ୍ପାଦନା କରିଥିଲେ । ପଣ୍ଡିତ ସୁନନ୍ଦ ସାଗର ଯୋଶୀ, ସୁଶାନ୍ତ ଠାକୁର, ଲକ୍ଷ୍ମୀକାନ୍ତ ମିଶ୍ର, ସୁଲଭ ଦାଶ, ସୁରେଶ ପଣ୍ଡା, ତନ୍ମୟ ଦାସ, କୃଷ୍ଣ କହ୍ନେଇୟା ବେଜ୍ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ପ୍ରତ୍ୟେକ ଦିନ ପାଞ୍ଚଟି ଲେଖାଏଁ କର୍ତ୍ତା ପୂଜାପାଠରେ ସାମିଲ ହୋଇଥିଲେ । ଏହି ଅବସରରେ ଅନୁଷ୍ଠିତ ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ପାଟଣାଗଡ଼ ଉପ ଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ବିଜୟା ନନ୍ଦ ସେଠି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଓ ଏସଡିସିଏମଓ ରଶ୍ମି ରଞ୍ଜନ ରାଉତ, ସମ୍ମାନିତ ଅତିଥି ରୂପେ ପାଟଣାଗଡ଼ ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା, ବେଲପଡା ବିଡ଼ିଓ ଭିକ୍ଟୋର ସୋରେନ, ଖପ୍ରାଖୋଲ ବିଡ଼ିଓ ବିଜୟ ହୋତା, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ, ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ, ଅତିରିକ୍ତ ତହସିଲଦାର ଧିରଜ କୁମାର ପାତ୍ର, ଖପ୍ରାଖୋଲ ଓ ଆଇସି ରମାକାନ୍ତ ସାହୁ, ଖପ୍ରାଖୋଲ ସିଡ଼ିପିଓ ସୁଜାତା ଡୋରା, ଏସଡିପିଆରଓ ସଞ୍ଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ବଳଭଦ୍ର ଦାଶ ପରିଚାଳନା କରିଥିବା ବେଳେ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.