centurian jitm

ସିଲ ହେଲା ଗଣେଶ ମିଠା ଦୋକାନ : ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବଡ ବଜାର ବିନୋଦ ପାଢ଼ୀଙ୍କ ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକଙ୍କ ମିଠା ଦୋକାନକୁ ବୁଧବାର ଜିଲ୍ଲା ପୋଲିସ ପ୍ରଶାସନ ସିଲ କରିଥିବା ଜଣାପଡିଛି । ଦୀର୍ଘ ମାସ ହେବ ଦୋକାନ ମାଲିକ ଓ ଘର ମାଲିକଙ୍କ ମଧ୍ୟରେ ଦୋକାନ ଘର ଉଠିବାକୁ ନେଇ ତିକ୍ତତା ଲାଗି ରହିଥିଲା । ଉକ୍ତ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଘର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ ୧୪୪ ଧାରା ଲାଗୁ କରିବା ସହ ଦୋକାନ ସିଲ କରିଥିବା ଦେଖିବାକୁ ମିଳିଛି । ଦୋକାନ ସିଲ ସମୟରେ ପୋଲିସ ଡ଼ାକବାଜି ଯନ୍ତ୍ର ସହାୟତାରେ ଦୋକାନ ମାଲିକଙ୍କୁ ଅଧଘଣ୍ଟା ମଧ୍ୟରେ ଦୋକାନ ଖାଲି କରିବାକୁ ଘୋଷଣା କରିଥିଲେ ଏବଂ ଏକ ନୋଟିସ୍‌ ଦୋକାନ ଉପରେ ପୋଲିସ ଲଗାଇ ଦୋକାନ ବାହାରେ ଅପେକ୍ଷା କରିଥିଲେ । କେହି ନ ଆସିବାରୁ ପୋଲିସ ବାଧ୍ୟ ହୋଇ ମାଜିଷ୍ଟ୍ରେଟ ତଥା ତହସିଲଦାର ଅରୁଣ କୁମାର ନାୟକ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କ ଉପସ୍ଥିତିରେ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା, ମହିଳା ଏସଆଇ ସୁପ୍ରଭା ସାହୁ ପ୍ରମୁଖ ଦୋକାନ ମାଲିକ ଗଣେଶଙ୍କ ବଡ ଭାଇ ଅନି ପଟ୍ଟନାୟକଙ୍କୁ ପୋଲିସ ଡ଼ାକି ଆଣି ତାଙ୍କ ଉପସ୍ଥିତିରେ ସଟର ଖୋଲା ଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ଗତ କିଛି ଦିନ ତଳେ କିଛି ମହିଳା ଗଣେଶ ମିଠା ଦୋକାନରେ ପଶି ଗଣେଶ ନଥିବା ସମୟରେ ଦୋକାନ ସାମଗ୍ରୀ ସବୁ ଦୋକାନରୁ ବାହାର କରି ଦେଇଥିବା ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିଲା । ଘର ମାଲିକ ଉକ୍ତ ମହିଳାଙ୍କୁ ୫ ଶହ ଟଙ୍କା ଦେଇ ଦୋକାନ ସାମଗ୍ରୀ ଫିଙ୍ଗାଫିଙ୍ଗି କରିବାକୁ ପ୍ରବତାଇ ଥିବା ସେତେବେଳେ ମିଠା ଦୋକାନ ମାଲିକ ଗଣେଶ ପଟ୍ଟନାୟକ ଅଭିଯୋଗ କରିଥିଲେ । ଅନ୍ୟପଟେ ପୋଲିସ ଦୋକାନ ମାଲିକଙ୍କୁ ୧୪୪ ଧାରା ଅନୁଯାଇ ଘର ମାଲିକ ଓ ଦୋକାନ ମାଲିକଙ୍କୁ ଜଣାଇ ଦିଆଯାଇଛି, କୋଟ ନିଷ୍ପତ୍ତି ନ ଦେଲା ପର୍ଯ୍ୟନ୍ତ ଅନ୍ନିଦ୍ଦିଷ୍ଟ ସମୟ ସେହି ଦୋକାନ ପାଖକୁ କେହି ଯାଇପାରିବେ ନାହିଁ ।

Leave A Reply

Your email address will not be published.