csstore

ନୃସିଂହନାଥ ପୀଠରେ ବୈଶାଖ ମେଳା ତୃତୀୟ ଦିନରେ ଚଳଚଞ୍ଚଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ୫ ଦିନବ୍ୟାପୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜି ତୃତୀୟ ଦିବସରେ ମହାପ୍ରଭୁଙ୍କ ପୂଜା ସୁଚାରୁ ରୂପେ ଆରମ୍ଭ ହୋଇ ମହାପ୍ରଭୁଙ୍କ ନୀତିକାନ୍ତିରେ ବ୍ରାହ୍ମଣ ବରଣ, ନୃସିଂହ ମନ୍ଦିର ଭଗବାନ ଦର୍ଶନ ପୂଜା, ତୋରଣ ପୂଜା, ଷୋଡ଼ଶ ସ୍ତମ୍ଭ ପୂଜା, ବାସ୍ତୁ ପୂଜା, ମଣ୍ଡଳ ପୂଜା, ଭଗବାନଙ୍କ ଷୋଡ଼ଶ ଉପଚାର ପୂଜା, ହୋମ, ଆଳତି, ନୃସିଂହ ମହାପ୍ରଭୁଙ୍କ ବୀଜମନ୍ତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୯୨ ହଜାର ଜପ ହୋଇଯାଇଛି । ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଯଜ୍ଞରେ କର୍ତ୍ତା ଭାବେ ଚୂଡାମଣି ଭୁଏ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସନ୍ତୋଷିନୀ ଭୁଏ ବସିଥିବା ବେଳେ ମୁଖ୍ୟ ପଣ୍ଡିତ ଡିଗ୍ରୀଧର ଦେବତାଙ୍କ ସହ ୧୬ ଜଣ ଦକ୍ଷ ପଣ୍ଡିତ ପୂଜାପାଠ ସହ ବିଶ୍ୱଶାନ୍ତି ମହାଯଜ୍ଞ ନୃସିଂହ ବୀଜମନ୍ତ୍ର ଜପ କରି ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ନୃସିଂହନାଥ ବୈଶାଖ ମେଳାରେ ପ୍ରଶାସନ ତରଫରୁ ପାଣି, ସ୍ୱାସ୍ଥ୍ୟ, ପୋଲିସ, ବିଦ୍ୟୁତ, ଦମକଳ ବିଭାଗ ସହ ପରିଚାଳନା କମିଟି, ମନ୍ଦିରର ସମସ୍ତ କର୍ମକର୍ତ୍ତା ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି । ଏ ବର୍ଷ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଉତ୍ସବରେ ଅଦିନିଆ ବର୍ଷା, ପବନ ଯୋଗୁଁ ଭକ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ବଢି ଚାଳିଛି । ଏହି ବୈଶାଖ ମେଳାରେ ଆର୍ନ୍ତରାଜ୍ୟ ବ୍ୟବସାୟୀମାନେ ମଧ୍ୟ ଆସି ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରି ବ୍ୟବସାୟ କରିଥାନ୍ତି । ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ତୃତୀୟ ଦିନରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି ।

jayashree
Leave A Reply

Your email address will not be published.