oom

ବିଧାୟକଙ୍କ ଆରୋପ ପରେ ପୌରାଧ୍ୟକ୍ଷାଙ୍କ ପ୍ରତିକ୍ରିୟା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ପରିଷଦ ଉପରେ ଅନିୟମିତତା ଆରୋପ ଲଗାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ପୌର ପରିଷଦରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବଜେଟ ମଞ୍ଜୁର ହେବା ନିହାତି ଜରୁରୀ ଥିବା ବେଳେ ବଲାଙ୍ଗିର ପୌର ପରିଷଦରେ ଏହାର ବ୍ୟତିକ୍ରମ ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ଗତକାଲି ପ୍ରକାଶ କରିବା ସହ ବଲାଙ୍ଗିର ପୌର ପରିଷଦ ଗତ ଏପ୍ରିଲ ୨୮ ତାରିଖ ସୁଦ୍ଧା ଚଳିତ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରି ପାସ କରିନାହିଁ ଓ ବେଆଇନ ଭାବେ ଅର୍ଥ ଖର୍ଚ୍ଚ କରି ଚାଲିଛି ବୋଲି ସେ କହିଛନ୍ତି । ଏହା ସମ୍ପୂର୍ଣ୍ଣ ବେଆଇନ ଏବଂ ଅସାମ୍ବିଧାନିକ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମତ ଦେଇଛନ୍ତି । ଏହାର ଉତ୍ତର ରଖିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ସେ କହିଛନ୍ତି ଯେ, ବଲାଙ୍ଗିର ବିଧାୟକ ଆକ୍ରୋଶମୂଳକ ଭାବେ ଆମ ମ୍ୟୁନିସିପାଲିଟି କାଉନ୍‌ସିଲ୍‌ ଉପରେ ମନ୍ତବ୍ୟ ଦେଇ ଆସୁଛନ୍ତି । ଦୀର୍ଘ ୧୦ ବର୍ଷ ହେଲା ସେ ଏହି ପ୍ରଶ୍ନ କରିନଥିବା ବେଳେ ଆଜି କାହିିଁକି କରୁଛନ୍ତି ବୋଲି ସେ ଓଲଟା ପ୍ରଶ୍ନ ବାଢ଼ିଛନ୍ତି । ବିଧାନସଭା ଚାଲିଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବୈଠକ ହୁଏ ନାହିିଁ, ତେବେ ପୌର ପରିଷଦରେ ବଜେଟ୍‌ ବୈଠକ କିଭଳି ଆୟୋଜିତ ହୋଇଥାନ୍ତା ବୋଲି ମତ ଦେଇଛନ୍ତି ।

jittmm
Leave A Reply

Your email address will not be published.