oom

ବଲାଙ୍ଗିର ଜିଲ୍ଲା ଓୟୁଜେ ପକ୍ଷରୁ ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଓୟୁଜେ ପକ୍ଷରୁ ମେ’ ୧ ତାରିଖ ଶ୍ରମିକ ଦିବସକୁ ପ୍ରତିବାଦର ଦିବସ ଭାବେ ପାଳନ କରାଯାଇଛି । ଗତକାଲି ମେ’ ୧ ତାରିଖ ୫ଘଂଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରି)ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ବିଭିନ୍ନ ପ୍ରସଙ୍ଗ ଉପରେ ଅଲୋଚନା ହୋଇଥିଲା । କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେଉଥିବାରୁ ସାମ୍ବାଦିକ ଆଇନକୁ ସରକାର ତୁରନ୍ତ ବିଚାରକୁ ନେଇ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ, କାର୍ଯ୍ୟରତ ସମ୍ବାଦିକମାନଙ୍କ ପାଇଁ ମାସିକ ୧୫ ହଜାର ଟଙ୍କାର ପେନସନର ବ୍ୟବସ୍ଥା, ବୀମା ରାଶି ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ଅଧିସ୍ୱୀକୃତି କମିଟି ପୂର୍ନଗଠନ କରିବାକୁ ନେଇ ଆଜିର ସଭାରେ ଆଲୋଚନା ହୋଇଥିଲା । ଏହି ସବୁ ସମସ୍ୟାକୁ ନେଇ ଲିଖିତ ଭାବରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ସଭାରେ ସଂଘର ଉପସଭାପତି ସରତ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜୀତ ଦାଶ, ବରିଷ୍ଠ ସଦସ୍ୟ ନବୀନ କୁମାର ପଶାୟତ, ଦେବାଶିଷ ବହିଦାର, ଦୀଲିପ କୁମାର ମେହେର, ମାନସ ନନ୍ଦ, ଶଚି ବର୍ଗତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.