centurian jitm

କୋସଲି ସାହିତ୍ୟ ଆସର ଓ କବିତାର ଦୁଲ୍‌ଦୁଲି କାର୍ଯ୍ୟକ୍ରମ

nschool

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ପ୍ରତିଷ୍ଠିତ କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କୋସଲି ସାହିତ୍ୟ ଆସର ଓ କବିତାର ଦୁଲ୍‌ଦୁଲି କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଭାବତୀ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଆଲୋଚନା ସଭା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ବିଶିଷ୍ଟ ଆଲୋଚକ ଭାବେ ପାଂଚଛକ ଚଙ୍ଗରିଆ କଲେଜର ସଭାପତି ସୁଶିଲ କୁମାର ଗୁରୁ, ବିଶିଷ୍ଟ ଶିକ୍ଷାବିତ୍ କ୍ଷୀରୋଦ ଷଡଙ୍ଗୀ, ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହରା, ସାହିତ୍ୟିକ ଡ.ଯୁଗଳ କିଶୋର ଷଡଙ୍ଗୀ, ସମିତିର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର, ଉପଦେଷ୍ଟା ନୀଳମଣି ସାହୁ ତଥା ସଭାପତି ଦିଲିପ କୁମାର ପସାୟତ ମଂଚାସୀନ ଥିଲେ । କୋସଲି ଭାଷା ଦେଢକୋଟି ଲୋକଙ୍କ ମା’ ଓ ମାଟିର ଭାଷା ଭାବେ ହଜାର ହଜାର ବର୍ଷ ଧରି ବ୍ୟବହୃତ ହୋଇ ଆସୁଥିବାରୁ ସରକାର ଏହାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରିବା ପାଇଁ ଆଲୋଚକଗଣ ସ୍ୱର ଉଠାଇଥିଲେ । ଏହାକୁ ପ୍ରାଥମିକ ଶିକ୍ଷାରେ ସାମିଲ କରିବା, ସ୍ୱତନ୍ତ୍ର ଏକାଡେମୀ ପ୍ରତିଷ୍ଠା କରିବା, କୋସଲି କବି ଲେଖକଙ୍କୁ ପୁରସ୍କୃତ କରିବା ପ୍ରମୁଖ ଦାବୀଗୁଡିକୁ ସରକାର ମାନି ନେବାକୁ ବୁଦ୍ଧିଜୀବୀଗଣ ନିଜ ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଥିଲେ । ଏହି କ୍ରମରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀର ଯଥାଯଥ ବିଚାର ରଖିବା ପାଇଁ ବୁଦ୍ଧିଜୀବୀଗଣ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଥିଲା । ନୀଳମଣି ସାହୁଙ୍କ ପରିଚାଳନା କ୍ରମେ ସଭାର ପ୍ରାରମ୍ଭରେ ସମିତିର ଉପଦେଷ୍ଟା ସେବକ ଚରଣ ଦାଶଙ୍କ ଦ୍ୱାରା ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଦସ୍ୟ ଘିନୁ ଆଡଯୁଆଡ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାପତି ଦିଲୀପ କୁମାର ପଶାୟତ ସମିତିର ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କୋସଲି ଭାଷା ସାହିତ୍ୟର ମୁଖପତ୍ର “ଝାଁପି”କୁ ପାଠକମାନଙ୍କୁ ଅର୍ପଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନିମନ୍ତ୍ରିତ କବି ମଧୁସୂଦନ ଦାଶ, କ୍ଷୀରସିନ୍ଧୁ ବିଶି, ପୁସ୍ତମ ଯୁଆଡି, ସୁଶାନ୍ତ ବାଗ, ମଧୁସୂଦନ ମହାନନ୍ଦ, ଲକ୍ଷ୍ମୀ ବଗର୍ତ୍ତୀ, ସୁଜିତ ଶତପଥୀ, ବିନୟ ଦାଶ, ଦିଲ୍ଲୀପ କୁମାର ମିଶ୍ର, ରାଜମଣି ସାହୁ, ତରୁଣ ସିଂ ଦୀପ, ସବିତା ମହାରା, ଯଶୋବନ୍ତ ସାହୁ, ଆଦିମୂଳ ଶତପଥୀ, ପଂଚାନନ ତାଣ୍ଡି, ପୁଲସ୍ତି ବେହେରା, ସୁନିଲ ଅଗସ୍ତି, ଯମୁନା ଦାସ, ନରସିଂହ ସାହୁ, ଘନଶ୍ୟାମ ଖମାରୀ, ତପସ୍ୱିନୀ ପସାୟତ, ଲିଲୁ ମୋହନ ପଧାନ, ପ୍ରମୋଦ ବୈଠାରୁ, ଚିତ୍ତ ରଂଜନ ଚାନ୍ଦ କବିତା ପାଠ କରିଥିଲେ । କବି ଭିକାରୀ ମିଶ୍ର ଧନ୍ୟବାଦ ଦେଇଥିଲେ ଓ ଦୁର୍ଗା ବେହେରା, ଶର୍ମିଷ୍ଠା ମିଶ୍ର, ଆୟୁଷି ଚିତ୍ତ ରଂଜନ ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.