ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନ ଓ ଜାତୀୟ ପାଠଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନ ଓ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଉଦ୍‌ଘାଟନୀ ସଭାରେ ଉଦ୍‌ଘାଟକ ଭାବରେ ବାଲେଶ୍ୱରର ସାଂସଦ ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, ଭିତ୍ତି ପ୍ରବନ୍ଧ ଉପସ୍ଥାପକ ରୂପେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନଟବର ଶତପଥୀ, ସମ୍ମାନିତ ଅତିଥି ଭାବରେ ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସ, ନୀଳଗିରି ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଇଂ ଦୀପ୍ତିକାନ୍ତ ମହାପାତ୍ର, ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନର ସଭାପତି ପ୍ରଫେସର ଅନନ୍ତ କିଶୋର ଜେନା, ସମ୍ମେଳନର ସାଧାରଣ ସମ୍ପାଦକ ତଥା ଉଚ୍ଚ ଶିକ୍ଷା ବିଭାଗର ଉପସଚିବ ଡ଼. ରମେଶ ଚନ୍ଦ୍ର ବେହେରା, ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡା ଯୋଗ ଦେଇଥିବା ବେଳେ ଉତ୍ସବର ପ୍ରାରମ୍ଭରେ ସମ୍ମେଳନର ପୂର୍ବତନ ସଭାପତି ସ୍ୱର୍ଗତ ଦେବେନ୍ଦ୍ର ଦାସ ଓ ଉତ୍ତର ଓଡିଶାର ସଂଯୋଜକ ସ୍ୱର୍ଗତ ଡ଼. ଶଶିକାନ୍ତ ଜେନାଙ୍କ ଅମର ଆତ୍ମାର ସଦଗତି ପାଇଁ ଶାନ୍ତିପାଠ କରାଯାଇଥିଲା । ଉତ୍ସବରେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ରଙ୍କ ଦ୍ୱାରା ମଞ୍ଚ ଆହ୍ୱାନ କରାଯାଇଥିବା ବେଳେ ଅଧ୍ୟାପକ ହରିପଦ ଦାଶ ବେଦପାଠ କରିଥିଲେ । ପ୍ରାଚୀନ ସାହିତ୍ୟର ନବ ମୂଲ୍ୟାୟନ ବିଷୟ ଉପରେ ପ୍ରଥମେ ଛାତ୍ରୀ ମଧୁସ୍ମିତା ବେହେରାଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଓ ଅନ୍ତିମରେ ବରିଷ୍ଠ କବି ନିରଞ୍ଜନ ଖୁଣ୍ଟିଆଙ୍କ ଦ୍ୱାରା ପ୍ରାଚୀନ ସଂଗୀତ ଗାନ କରାଯାଇଥିଲା । ପ୍ରଥମ ଅଧିବେଶନ ଶେଷରେ ବାବା ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ଡ଼. ଅକ୍ଷୟ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦ୍ଵିତୀୟ ଅଧିବେଶନରେ ସଭାପତି ଭାବେ ଡ଼. ପ୍ରଦୀପ୍ତ କୁମାର ପଣ୍ଡା, ପ୍ରବନ୍ଧ ସମୀକ୍ଷକ ଭାବେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ସଂଯୋଜକ ଭାବେ ଡ଼. ଦିଲ୍ଲୀପ ସ୍ୱାଇଁ, ସମ୍ମାନିତ ଅତିଥି ଭାବରେ ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ବିଭାଗ ମୁଖ୍ୟ ଡ଼. ଶିବାନୀ ଡଗର, ପ୍ରଫେସର ବିଭୂତି ଭୂଷଣ ପଣ୍ଡା, ମଞ୍ଚ ମଣ୍ଡନ କରିଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ଼. ବିଜୟଲକ୍ଷ୍ମୀ ଦାଶ, କିସ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ରଶ୍ମିତା ତ୍ରିପାଠୀ, ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟର ଡ଼. ଇନ୍ଦ୍ରମଣି ସାହୁ, ନଳିନୀଦେବୀ ମହିଳା ମହାବିଦ୍ୟାଳୟର ଡ଼. ଦେବଦର୍ଶିନୀ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡ଼. ଲକ୍ଷ୍ମୀପ୍ରିୟା ବେହେରା, ନୀଳଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ସୁବର୍ଣ୍ଣରେଖା ମହାବିଦ୍ୟାଳୟ ବାଲିଆପାଳର ଡ଼. ସନ୍ତୋଷ କୁମାର ସାହୁ, ନୟାଗଡ଼ ପ୍ରଜାମଣ୍ଡଳ ମହାବିଦ୍ୟାଳୟର ଡ଼. ବିଦ୍ୟୁତପ୍ରଭା ମିଶ୍ର, ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସତ୍ୟବ୍ରତ ପଣ୍ଡା, ରାମଚନ୍ଦ୍ର ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡ଼. ଶର୍ମିଷ୍ଠା ମହାପାତ୍ର ପ୍ରବନ୍ଧ ପାଠ କରିଥିଲେ । ଶେଷରେ ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଠିକ ସେହିପରି ତୃତୀୟ ଅଧିବେଶନରେ ସଭାପତି ଭାବରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ବବ୍ରୁବାହନ ମହାପାତ୍ର, ପ୍ରବନ୍ଧ ସମୀକ୍ଷକ ଭାବରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼. ରଂଜିତ କୁମାର ପରିଡା, ସଂଯୋଜକ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ଦେବାଶିଷ ପାତ୍ର ଯୋଗ ଦେଇଥିବା ବେଳେ ପ୍ରବନ୍ଧ ପାଠରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସଦାନନ୍ଦ ନାୟକ, କୁନ୍ତଳାକୁମାରୀ ସାବତ ମହାବିଦ୍ୟାଳୟର ପ୍ରଫେସର ରାଧାଗୋବିନ୍ଦ କୁଇଲା, ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟର ଗବେଷକ ସୁବାସ ଚନ୍ଦ୍ର ଭୋଇ, ଗବେଷିକା ଭୁବନେଶ୍ୱର ଡ଼. ପ୍ରମୋଦିନୀ ଜେନା, ୟୁଏନ ସ୍ୱୟଂ ଶାସିତ ମହାବିଦ୍ୟାଳୟ କଟକର ଡ଼. ବିରଞ୍ଚି କୁମାର ସାହୁ, ସାରସ୍ୱତ ମହାବିଦ୍ୟାଳୟ ଅନନ୍ତପୁରର ଅଧ୍ୟାପିକା ସ୍ୱପ୍ନାରାଣୀ ଜେନା, ଟ୍ରାଇଡେଣ୍ଟ ମହାବିଦ୍ୟାଳୟର ଅଧ୍ୟାପକ ଡ଼. ସୁବାସ ନାୟକ, ଉଇଟିକିରି ମହାବିଦ୍ୟାଳୟର ଡ଼. ମମତା ସାହୁ, ଫକୀରମୋହନ ବିଶ୍ୱବିଦ୍ୟାଳୟର ଗବେଷିକା ମୀନାରାଣୀ ମଲ୍ଲିକ, ଗବେଷିକା ଡ଼. ସସ୍ମିତା ଦାସ, ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଜିତେନ୍ଦ୍ର କୁମାର ବିଶ୍ୱାଳ, ଜନତା ମହାବିଦ୍ୟାଳୟ ବଇଣ୍ଡାର ଅଧ୍ୟାପକ କାଳିଆ ସେଠୀ ଯୋଗଦେଇ ନିଜ ନିଜ ପ୍ରବନ୍ଧ ପାଠ କରିଥିଲେ । ରେମୁଣା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡ଼. ତ୍ରିଲୋଚନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ସମସ୍ତ ସଦସ୍ୟମାନଙ୍କୁ ନେଇ ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଦେବେନ୍ଦ୍ର କୁମାର ବେହେରା ଏକ ସାଙ୍ଗଠନିକ ବୈଠକ ଆମନ୍ତ୍ରଣ କରିଥିଲେ । ଏଥିରେ ସଂଯୋଜକ ଭାବରେ ସହିଦ ମେମୋରିଆଲ କଲେଜ ମାଣିଦାର ଅଧ୍ୟାପକ ଡ଼. ଦିଲ୍ଲୀପ କୁମାର ଭୋଇ ସଂଯୋଜକ ଓ ରାଜ୍ୟ ସଭାପତି, ସମ୍ପାଦକ ଯୋଗଦେଇ ଆଗାମୀ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏଥିରେ ନୀଳଗିରି ମହିଳା ମହାବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଓ ଅଣଶିକ୍ଷକ କର୍ମଚାରୀ ଯୋଗଦାନ କରିଥିବା ବେଳେ ଶତାଧିକ ଛାତ୍ରୀ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା କଥା ସମସ୍ତ ଆଗନ୍ତୁକ ଅତିଥି ମତ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟକୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ଜାତୀୟ ପାଠଚକ୍ର ଓଡ଼ିଆ ଭାଷା ସାହିତ୍ୟ ପାଇଁ ଫଳପ୍ରଦ ହୋଇପାରିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.