csstore

ବ୍ଲକସ୍ତରୀୟ ମିଶନ ଶକ୍ତି ବଜାରର ଶୁଭ ଉଦ୍‌ଘାଟନ

  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବ୍ୟବସ୍ଥିତ ବଜାରୀକରଣ ମୂଳ ଲକ୍ଷ୍ୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ମିଶନ ଶକ୍ତି ବଜାରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ସୀତାରାମ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ସାହାଜପିଟା, ସୋନପୁର ଦ୍ଵାରା ପରିଚାଳିତ ଏହି ବଜାରରେ ସୋନପୁର ବ୍ଲକର ସମସ୍ତ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରାଯିବା ସହିତ ବିଭିନ୍ନ ପ୍ରକାର ଛତୁ ଓ ଛତୁ ମଞ୍ଜି ବିକ୍ରୟ କରାଯିବ । ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଉପସ୍ଥିତରେ ସୀତାରାମ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତିଙ୍କ କରକମଳ ବଜାରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନ ସମାରୋହରେ ବିଡିଓ, ସୋନପୁର ସୌମ୍ୟରଞ୍ଜନ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଅନ୍ୟାନ୍ୟ ମିଶନ ଶକ୍ତି କର୍ମକର୍ତ୍ତା, ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.