ଟିଟିଲାଗଡ ଗୋବିନ୍ଦ ବାଟିକାଠାରେ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ କି ବାତ କାର୍ଯ୍ୟକ୍ରମ ଟିଟିଲାଗଡ ଗୋବିନ୍ଦ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ଵାଗତ ପ୍ରଦାନ କରିବା ପରେ ମନ କି ବାତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଶ୍ରୀବତ୍ସ ବେହେରାଙ୍କୁ ମଞ୍ଚ ପରିଚାଳନା ପାଇଁ ଦାୟିତ୍ଵ ପ୍ରଦାନ କରିଥିଲେ । ତା’ପରେ ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ ନିଜର ଅଭିଭାଷଣ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ପ୍ରଭାବ କ’ଣ ରହିଛି କହିବା ସହ କୋଟି କୋଟି ଲୋକଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମକୁ ଆଦୃତ ହୋଇଥିବା ସେ କହିଥିଲେ ।

୧୧ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ଆଜିର ଏହି ସଫଳତା ପାଇଁ ଦେଶବାସୀଙ୍କୁ ଶ୍ରେୟ ଦେବା ସହ ଏହା ଜନ ଆନ୍ଦୋଳନରେ ପରିଣତ ହୋଇଥିବା କହିଥିଲେ । ୩ ଅକ୍ଟୋବର ୨୦୧୪ ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଲୋକଙ୍କ ଭଲ ଗୁଣ, କଳା, ସଂସ୍କୃତିର ଆଦାନ ପ୍ରଦାନ ସଦୃଶ । ପ୍ରତି ମାସରେ ଲୋକ ପଠାଉଥିବା ହଜାର ହଜାର ଚିଠି ପଢେ, ଯଦ୍ୱାରା ବହୁତ କିଛି ଜାଣିପାରେ । କେଉଁ ସ୍ଥାନରେ ଲୋକ ଜଳ ସଂରକ୍ଷଣ କରୁଛି, କିଏ ଲୋକଙ୍କୁ ଖାଇବାକୁ ଦେଉଚି, କିଏ କିଏ ସମାଜସେବା କରି ଲୋକଙ୍କୁ ସେବା ପ୍ରଦାନ କରୁଛନ୍ତି ଜାଣିବାକୁ ପାଇଛି । ହରିୟାଣାର ସୁନିଲ ଯାଲାନଙ୍କ ଠାରୁ ଶିଖିବାକୁ ପାଇବା ସହ ସେଲଫି ଉଇଥ ଡଟର ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିବା ସହ ତାଙ୍କ ସହ କଥା ମଧ୍ୟ ହୋଇଥିଲେ । ଛତିଶଗଡର ଏସ୍‌ଏଚଜି ମହିଳା ମାନଙ୍କ ଦ୍ୱାରା ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ମନ୍ଦିର ଏବଂ ଗ୍ରାମକୁ ସଫା ସୁତୁରା ରଖିଥିବାରୁ ତାଙ୍କ କାମକୁ ପ୍ରଶଂସା କରିଥିଲେ, ତାମିଲନାଡୁର ଆଦିବାସୀ ମହିଳାମାନେ କିପରି ନଦୀମାନଙ୍କୁ ପୁନର୍ଜୀବିତ କଲେ କହିଥିଲେ, ଜମ୍ମୁ କାଶ୍ମୀରର ମଞ୍ଜୁର ଏହମଦଙ୍କ ସହ ଫୋନରେ କଥା ହୋଇ ସେ କିପରି ଆଜି ଦୁଇଶହ ଲୋକଙ୍କୁ ରୋଜଗାର ଦେଲେ ପଚାରିବା ସହ ତାଙ୍କ ବ୍ୟବସାୟ ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଭୋକାଲ ଫର ଲୋକାଲ କନସେପ୍ଟ ପାଇଁ ନିଜ ଅଞ୍ଚଳରେ ଲୋକ ରୋଜଗାର ପାଇ ପାରୁଛନ୍ତି ବୋଲି କହିଥିଲେ । ଦେଶର କୋଣ ଅନୁକୋଣରେ ଥିବା ପ୍ରତିଭା ତଥା ସମାଜ ପାଇଁ ସେବା ପ୍ରଦାନ କରୁଥିବା ବିଭିନ୍ନ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହ ସେମାନଙ୍କୁ ଅନ୍ୟ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସ୍ଵରୂପ ବୋଲି କହିଥିଲେ, ସଦଭାବନା, ସେବା ଭାବନାର ବାର୍ତ୍ତା ବହ ସାଜି ଆଜି ମନ କି ବାତ୍‌ କାର୍ଯ୍ୟକ୍ରମ ସାରା ଦେଶରେ ଲୋକଙ୍କ ସ୍ୱର ଭଳି କାମ କରୁଛି ।

ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ପ୍ରତିଭା ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ଡ. ଲିଲାଧର ଶର୍ମା, ଜଦୁବସୁ ଛତର, ଫୁଟବଲ ଖେଳାଳି ହରି ଥପା, ସାମ୍ବାଦିକ ଜଗଦୀଶ ଜୈନ, ଲୁଥୁରବନ୍ଧର ଆଧୁନିକ ଚାଷୀ ଲାଲଚାନ୍ଦ ମାଝୀ, ବିଶିଷ୍ଟ ସମାଜସେବୀ ଭାବେ ଗୋପାଳ ଲାଠ ଏବଂ ଲଳିତା ଲାଠ, ଆନ୍ତର୍ଜାତିକ କବିୟତ୍ରୀ ଶ୍ରୀମତୀ ବବି ଜୈନଙ୍କୁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଞ୍ଚଳର ବିଶିଷ୍ଟ ପ୍ରତିଭା ଭାବେ ଗୋଳାବାରୁଦ କାରଖାନାରେ ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ଦାସ, ସମାଜସେବୀ ଆରତି ସାହୁ, ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ପୌରନିର୍ବାହୀ ଅଧିକାରୀ ବିପିନ ଦୀପ, ତହସିଲଦାର ଡ. ଲଳିତ ବାଗ, ଡ. ଘନଶ୍ୟାମ ଜୈନ, ଓକିଲ ସଙ୍ଘର ସଭାପତି କୃଷ୍ଣଚନ୍ଦ୍ର ସାହୁ, ଡିଏଭି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ଛାୟା କାନ୍ତ ଷଡ଼ଙ୍ଗୀ, ମାରୱାଡ଼ି ଯୁବା ମଞ୍ଚର ରିଙ୍କୁ ଅଗ୍ରୱାଲ, ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଶିବ ପରିଡାଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସାଂସଦ ସମ୍ମାନିତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୁକେଶ ଜୈନ ।

ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବିଜେପି ନେତା ମୁକେଶ ଜୈନ, ମହେନ୍ଦ୍ର ଠାକୁର, ନବୀନ ଜୈନ, ଲିଙ୍ଗରାଜ ନାୟକ, ଅରବିନ୍ଦ ପାଣିଗ୍ରାହୀ, ଆଲୋକ ନାୟକ, ୱାର୍ଡ ନମ୍ବର ୧୫ର କାଉନସିଲର ସୁନିଲ ଆଚାର୍ଯ୍ୟ, ଟିଟିଲାଗଡ ବିକାଶ ସେନାର ସଭାପତି ଅମ୍ଳାନ ଷଡ଼ଙ୍ଗୀ, ଅମିତ୍ ସାହୁ, ପବିତ୍ର ସାହୁ, ଆଶିଷ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.