ଟ୍ରକ ଦୁର୍ଘଟଣାରେ ୫ ଗୁରୁତର

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରିସଳପୁର ଛକ ନିକଟରେ କୁକୁଡ଼ା ନେବାକୁ ଆସିଥିବା ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ମିଳିଛି । ଟ୍ରକରେ ମୋଟ ୬ ଜଣ ଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ, କୁକୁଡ଼ା ନେବା ପାଇଁ କୋଲକାତାରୁ ଆସିଥିବା ଟ୍ରକ୍‌ଟି ତ୍ରିସଳପୁର ଛକ ନିକଟରେ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଓଲଟି ପଡିଥିଲା । ଗାଡିରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରିଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.