ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର କରାଟେ ଦଳର ଜୟପୁର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୯ ଓ ୩୦ ତାରିଖ ରାଜସ୍ଥାନ ଜୟପୁରର ସ୍ୱାଇ ମାନସିଂ ଷ୍ଟଡିୟମଠାରେ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୯ ଜଣିଆ ଦଳ ଏଥିରେ ଭାଗ ନେବା ପାଇଁ ଆଜି ଜୟପୁର ଅଭିମୁଖେ ଯାତ୍ରା କରିଛନ୍ତି । ଏଥିରେ ବାଳିକା କୁମିତେ (ଫାଇଟ) ଓ କାତା ବିଭାଗରେ ସମିକ୍ଷା ସମୃଦ୍ଧି ଷଡଙ୍ଗି, ସାଇ ଶ୍ରିୟା ମହାକୁର, ପ୍ରାଚି ବେହେରା, ସୁହାନି ପଣ୍ଡା ଭାଗ ନେଉଥିବା ବେଳେ ବାଳକ ବିଭାଗରେ ଶେଖ୍‌ ମହମ୍ମଦ ଅଫିସ ରାଜା, ମିଥିଲେଶ ବେହେରା, ସ୍ୱସ୍ତିକ ମହାରଣା, ଆୟୁଷ୍ମାନ ଓମ୍‌କାର ସାହୁ ଓ ଜୟମ ସାହୁ ଭୋଗ ନେବେ ବୋଲି ଶ୍ରୀ ଭୋଇ ସୂଚନା ଦେଇଛନ୍ତି । ଏଥିରେ ଅସୀମ ଭୋଇ ଓଡିଶାରୁ ରେଫରୀ ଦାୟିତ୍ୱ ତୁଳାଇବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.