ଚନ୍ଦନଭାଟି କ୍ଲଷ୍ଟରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅଧିନସ୍ଥ ଚନ୍ଦନଭାଟି କ୍ଲଷ୍ଟରର ଦୁଇଜଣ ଶିକ୍ଷୟତ୍ରୀ ଶ୍ରୀମତୀ ସିପ୍ରା ଖୁଣ୍ଟିଆ ଓ ଶ୍ରୀମତୀ ସୂର୍ଯ୍ୟକାନ୍ତୀ ବହିଦାରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦାନ କରାଗଲା । ଏହି ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଖମାରୀ । ସଭାରେ ବିନାୟକ ମିଶ୍ର, ମହାଦେବ ମେଶ୍ୱା, କନକଲତା ପାଣିଗ୍ରାହୀ, ଶ୍ରୀମତୀ ପଙ୍କଜିନୀ ହୋତା, ବେଣୁଧର ମାଝୀ(ସିଆର୍‌ସିସି), ବୀଣାପାଣି ମେହେର, ପ୍ରତିଭା ପାଟଯୋଶୀ ଓ ସୂର୍ଯ୍ୟକାନ୍ତ ବରାଡ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଦୁଇଜଣ ବିଦାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ଖୁଣ୍ଟିଆ ଓ ଶ୍ରୀମତୀ ବହିଦାର ନିଜ ନିଜର ଚାକିରି ଜୀବନର ଅନୁଭୂତି ପ୍ରକାଶ କରିଥିଲେ । ଶେଷରେ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ମିଶ୍ରଙ୍କ ବକ୍ତବ୍ୟ ପରେ ସଭାପତି ଶ୍ରୀ ଖମାରୀ ସଭାପତି ଅଭିଭାଷଣ ପ୍ରଦାନ କରି ସଭା କାର୍ଯ୍ୟ ସାଙ୍ଗ କରିଥିଲେ ।

Leave A Reply

Your email address will not be published.