oom

ରାଜ୍ୟର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସଖା’ ତରଫରୁ ବିଶ୍ୱ ଏଡସ୍ ଦିବସ ପାଳିତ

jsmm

ଭୁବନେଶ୍ୱର : ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ରାଜ୍ୟର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସଖା’ ତରଫରୁ ଏଡସ୍ ଭଳି ଏକ ମାରତ୍ମକ ଭୂତାଣୁରୁ ରକ୍ଷା ପାଇବା ପାଇଁ ସଚେତନତାମୁଳକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଏଡସ୍‌ରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ସଚେତନତା ବିଷୟରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର କିନ୍ନର ସମାଜ ପକ୍ଷରୁ ଏକ ଝୋଟି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଭାରତ ସରକାରଙ୍କ ନେସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ଟ୍ରାନ୍‌ସ୍‌ଜେନ୍‌ଡ଼ର୍‌ ପର୍‌ସନ୍‌ସ୍‌ର ପୂର୍ବାଞ୍ଚଳ ସଦସ୍ୟା ସୁଶ୍ରୀ ମୀରା ପରିଡା, ସଖାର ଫାଉଣ୍ଡର ମେମ୍ବର ସୁଶ୍ରୀ ସାଧନା ମିଶ୍ର, ଅତିଥି ଭାବରେ ପଶ୍ଚିମ ଓଡିଶାର ଅଗ୍ରଣୀ ସମାଜସେବା ସଂସ୍ଥା ବିଙ୍ଗ୍ ହ୍ୟୁମାନର ସଭାପତି ସୋମନାଥ ମିଶ୍ର, ଓ ସଖାର ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର କିନ୍ନରମାନଙ୍କୁ ଏକତ୍ରିତ ତଥା ତାଙ୍କୁ ସ୍ୱାବଲମ୍ବୀ ଏବଂ ବିଭିନ୍ନ ଯୋଜନା ମାନଙ୍କରେ ଅନ୍ତର୍ଭୁକ୍ତ କରିବା ପାଇଁ ସମାଜସେବୀ ସୋମନାଥ ମିଶ୍ର ଆଲୋଚନା କରିବା ସହ କମ୍‌ ସମୟ ମଧ୍ୟରେ +୨ ପାସ କରି ଥିବା କିନ୍ନରମାନଙ୍କୁ ଏନ୍‌ଏସି ମାନଙ୍କରେ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା ।

jittmm
Leave A Reply

Your email address will not be published.