ଶ୍ରୀମଦ୍ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନ‍ନ୍ଦ ବାହିନୀ ତରଫରୁ ଶ୍ରୀ ଶ୍ରୀ ବଟେଶ୍ୱର ବାବା ଶିବ ମନ୍ଦିର ପ୍ରଙ୍ଗଣରେ ମହାସମାରୋହରେ ‘ଶଙ୍କର ଜନ୍ମ ଜୟନୀ’ ପାଳିତ ହୋଇଯାଇଛି । ଏହି ସମାରୋହରେ ଆଦି ଶଙ୍କରଙ୍କ ଜୀବନୀ ଉପରେ ବିସ୍ତୁତ ଭାବରେ ପ୍ରବଚନ ଦେଇଥିଲେ ଲାଉମୁଣ୍ତା ଆଶ୍ରମର ପିଠାଧିସ ସ୍ୱାମୀ ବାଳହଂସଜୀ ମହାରାଜ । ପଣ୍ତିତ ରବିନାରାୟଣ ମିଶ୍ର ପୂଜାର୍ଚ୍ଚନ କରିଥିଲେ । କର୍ତ୍ତା ଦାୟିତ୍ୱ କେଦାର ଦାଶ ତୁଲାଇଥିଲେ । ପରିଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇ ଥିଲା ।

Leave A Reply

Your email address will not be published.