ଟିଟିଲାଗଡ ମୁଡ଼ାବନ୍ଧ ସଫା କରାଇଲେ ପୌରାଧ୍ୟକ୍ଷା : ଅଳିଆ ଆବର୍ଜ୍ଜନା ନ ଫିଙ୍ଗିବାକୁ କଲେ ଆହ୍ୱାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ଠାରେ ଥିବା ମୁଡାବନ୍ଧର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଥିଲା । ଲୋକଙ୍କ ଅଭିଯୋଗ ପାଇ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ୱାର୍ଡ ମେମ୍ବର ମନୋଜ ଜୈନ ଏବଂ ପୌର ପରିଷଦ କର୍ମଚାରୀଙ୍କୁ ନେଇ ସେହି ମୁଡାବନ୍ଧକୁ ସଫା କରାଇଛନ୍ତି । ଏହି ମୁଡାବନ୍ଧରେ ଗାଧୋଇବା ଘାଟର ଅବସ୍ଥା ଅତି ଖରାପ ହେବା ସହ ଅତି ଅସନା ହୋଇ ପଡ଼ିଥିଲା । ଏହା ସଫା କରାଇବା ସହ ଜନସାଧାରଣଙ୍କୁ ଏହି ବନ୍ଧରେ ଅଳିଆ ଆବର୍ଜ୍ଜନା ନ ଫିଙ୍ଗିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଏହି ଘାଟ ଉପରେ ନିର୍ଭର କରୁଥିବା ସମସ୍ତ ଜନସାଧାରଣ ଏହି କାର୍ଯ୍ୟ ପାଇଁ ପୌରାଧ୍ୟକ୍ଷା ମମତା ଜୈନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.