ଦୁଇ ହାତ ଫେରିପାଇଲେ ନର୍ସ

କଟକ : ଦୁଇ ହାତ ଫେରିପାଇଲେ ନର୍ସ । ସୂଚନା ଅନୁସାରେ ଏକ ସଡକ ଦୁର୍ଘଟଣାରେ ବୁର୍ଲା ମେଡିକାଲ କଲେଜର ନର୍ସିଂ ଅଫିସର ବିଷ୍ଣୁପ୍ରିୟା ସାମଲ(୨୫)ଙ୍କ ଦୁଇ ହାତ କ୍ଷତିଗ୍ରସ୍ତ ହୋଇଥିଲା । ବାମ ହାତ ୯୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡାହାଣ ହାତ ୬୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ନିଆଯାଇଥିଲା । ସେଠାରେ ଏସ୍‌ବିଏମ୍‌ରେ ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ବିଭୁତି ନାୟକ ତାଙ୍କର ଅପରେସନ କରିଥିଲେ । ଅପରେସନ ପରେ ବିଷ୍ଣୁପ୍ରିୟାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ୧ ମାସରୁ ଅଧିକ ସମୟ ମେଡିକାଲରେ ରହିବା ପରେ ବିଷ୍ଣୁପ୍ରିୟା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଅପରେସନ କରାଯାଇଛି ।

Leave A Reply

Your email address will not be published.