ରାଜ୍ୟ ବାଣିଜ୍ୟ କର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କ ଏକ ୭ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବାଣିଜ୍ୟ କର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କ ଏକ ୭ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବାଣିଜ୍ୟ କର ଓ ଜିଏସ୍‌ଟି କମିଶନର ସଞ୍ଜୟ କୁମାର ସିଂ ଉଦ୍‌ଘାଟନ କରିଛନ୍ତି । ଆଇଟି, ଇ-କମର୍ସ, ଅର୍ଥ, ବ୍ୟାଙ୍କିଙ୍ଗ ଓ ବୀମା, ଅଡିଟ୍ ଏବଂ ସଫ୍ଟ୍ ସ୍କିଲ୍ ଇତ୍ୟାଦି ବିଷୟରେ ୬୫ ଜଣ ଅଧିକାରୀଙ୍କୁ ତାଲିମ ଦିଆଯାଉଛି । ଭାରତ-ଯୁକ୍ତରାଜ୍ୟ ଅର୍ଥନୈତିକ ସହଯୋଗୀତା କାର୍ଯ୍ୟକ୍ରମ ଅଧିନରେ ଯୁକ୍ତରାଜ୍ୟ ସରକାରଙ୍କ ବୈଦେଶିକ ରାଜ୍ୟ ଗୋଷ୍ଠୀ ଏବଂ ବିକାଶ ଅଫିସ୍ ଏବଂ ଓଡିଶା ସରକାରଙ୍କ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.