csstore

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସଙ୍କୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦ୍‌ଘାଟନୀ ଉତ୍ସବର ଅଧ୍ୟକ୍ଷ ସଂକୁଳ ପ୍ରମୁଖ ସଞ୍ଜିବ କୁମାର ମିଶ୍ର ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ “ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା” ପ୍ରସଙ୍ଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଟିଟିଲାଗଡ଼ ଶିଶୁ ବିଦ୍ୟା ମନ୍ଦିର ସଭାପତି ଡଃ. ଛାୟାକାନ୍ତ ଷଡଙ୍ଗୀ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ସଙ୍କୁଳ ସଂଯୋଜକ ତଥା ଟିଟିଲାଗଡ଼ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ଏହି ତ୍ରିଦିବସୀୟ କାର୍ଯ୍ୟଶାଳାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଆଚାର୍ଯ୍ୟ ମଦନ ମୋହନ ପୁଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ସହପ୍ରଧାନ ଆଚାର୍ଯ୍ୟ ନୃପରାଜ ସେଠ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ ତଥା ବରିଷ୍ଠ ଆଚାର୍ଯ୍ୟ କୈଲାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ଡମ୍ବରୁଧର କର୍ମୀ, ଯୁଗ୍ମ ସଂପାଦକ କିଶୋର କୁମାର ମହାପାତ୍ର , କୋଷାଧ୍ୟକ୍ଷ ଧନଞ୍ଜୟ ବେହେରା ଉପସ୍ଥିତ ଥିଲେ । ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନାରେ ଅନୁଷ୍ଠିତ ହେଉଥିବା ନୂତନ ଶିକ୍ଷା ନୀତି ପ୍ରସଙ୍ଗ ଉପରେ ଆଧାରିତ ଏହି କାର୍ଯ୍ୟଶାଳାରେ ଟିଟିଲାଗଡ ସହିତ ବଡମାଳ, ବେଲଗାଁ, ସିନ୍ଧେକେଲା, ମୁରିବାହାଲ, ଖୋଲାଣ, କୁରସୁଡ ଓ ଯୁଗିରତା (ହଳଦୀ) ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ସମୟ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରାପ୍ତ କରିବେ ।

jayashree
Leave A Reply

Your email address will not be published.