csstore

ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ବର୍ବର ଆକ୍ରମଣକୁ ନିନ୍ଦା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ପଦ୍ମଲୋଚନ ମିଶ୍ରଙ୍କ ନେତୃତ୍ୱରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହୋଇଥିବା ବର୍ବର ଆକ୍ରମଣକୁ ନିନ୍ଦା ତଥା କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶୋଭାଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମ. ରାମପୁର ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ନାଏକ, ଖୁସି ରାମ ସାହୁ, ପ୍ରତାପ ଚନ୍ଦ୍ର ରଣା, ଗୋକୁଳାନନ୍ଦ ବିଶ୍ଵାଳ, ମଳୟ କୁମାର ତ୍ରିପାଠୀ, ଶରତ କୁମାର ସାହୁ, କାମଦେବ ସାହୁ, ଦିବାକର ବାଗ ପ୍ରମୁଖ ଉପସ୍ଥିତ ରହି ଏହି ଘଟଣାର ନିନ୍ଦା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.