ଜଳଛତ୍ର ଖୋଲିଲା ଏସଏପି ଅଷ୍ଟମ ବାଟାଲିୟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ଥିବା ଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ନିକଟସ୍ଥ ଅଗସ୍ତି ନୂଆଁଗାଁ ଛକ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ପଥିକମାନଙ୍କ ତୃଷା ନିବାରଣ ପାଇଁ ଜଳଛତ୍ର ଖୋଲାଯାଇଛି । ରବିବାର ବାଟାଲିୟନ କମାଣ୍ଡେଣ୍ଟ ଶାରଦା ପ୍ରସାଦ ଦାଶ ନିଜ କରକମଳରେ ଲୋକମାନଙ୍କୁ ଜଳ ଦାନ କରି ଏହାକୁ ଶୁଭ ଉଦ୍‌ଘାଟନ କରିବା ସହ ପଥିକମାନଙ୍କୁ ଦହି ପଣା ବଣ୍ଟନ କରିଛନ୍ତି । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଉକ୍ତ ଜଳଛତ୍ରରେ ଦହି ପଣା ପଥିକମାନଙ୍କୁ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ବାଟାଲିୟନ ପକ୍ଷରୁ କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି । ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଅରୁଣ କୁମାର ପ୍ରଧାନ, ସୁବେଦାର କୃଷ୍ଣ ବେହେରା, ପି କେ ସୁବୁଦ୍ଧି, ଜେ. ମହାପାତ୍ର, ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ, ଉପସଭାପତି ଟୁଲୁ ଦାଶ, ସମ୍ପାଦକ ମରୁତ ପରିଡା ପ୍ରମୁଖ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.