jsm

କୃଷକ ଦିବସ ଓ ଅଖିମୁଠି ଅନୁକୂଳ ଉତ୍ସବ ପାଳିତ

csstore

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ଅନ୍ତର୍ଗତ ଗାଈସୀମା ଗ୍ରାମରେ ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ଓ ଅଖିମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଆଦିତ୍ୟ ଗୋୟଲ ଅତିଥି ଭାବରେ ଯୋଗ ଦେଇ ମହାଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା ସହିତ ଅଖିମୁଠି ଅନୁକୂଳ କରିଥିଲେ । ଶ୍ରୀମତୀ ଭୋଇ ଏହି ଅବସରରେ ଫସଲ ଭଲ ହେବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଜିଲ୍ଲାର ସମସ୍ତ ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ବିତ ଆଚାର୍ଯ୍ୟ, ଉମେଶ ପଣ୍ଡା, ଅଶ୍ୱିନୀ ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟା କଟାପାଲି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ଅମାତ, ସହକାରୀ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ଶ୍ରୀ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ । ସମସ୍ତେ କୃଷକମାନଙ୍କର ଏହି ପର୍ବରେ ସମଗ୍ର ଜିଲ୍ଲାରେ ଚାଷ ଅନୁକୂଳ ପାଗ ଉନ୍ନତ ଫସଲ ନିମିତ୍ତ ମହାଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିବା ସହିତ ଅନ୍ନଦାତା ଚାଷୀ ଭାଇମାନଙ୍କର ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ଅତିଥିମାନେ ବିଭିନ୍ନ କୃଷି ସମ୍ପର୍କିତ ସଫଳ ଚାଷୀମାନଙ୍କୁ ପୁରସ୍କୃତ କରି ସମ୍ବର୍ଦ୍ଧନା ଜଣାଇଥିଲେ । ଜିଲ୍ଲା କୃଷି ବିଭାଗ ତରଫରୁ କୃଷି ଯନ୍ତ୍ରପାତି ଓ ମାଣ୍ଡିଆର ବିଭିନ୍ନ ଉତ୍ପାଦ ଉପରେ ନିର୍ମିତ ଷ୍ଟଲ୍‌କୁ ଅତିଥିମାନେ ଉଦ୍‌ଘାଟନ କରିବା ସହିତ ବୁଲି ଦେଖିଥିଲେ । ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅମାତ ଓ ତାଙ୍କର ସହକର୍ମୀ ବୃନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଚାଷୀମାନେ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.