କୀଟନାଶକ ଔଷଧ ଖାଇ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଟୁରାପାଲି ଗାଁ ଠାରେ କୀଟନାଶକ ଔଷଧ ଖାଇ ଯୁବକଙ୍କ ବଲାଙ୍ଗିର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି କୁଟୁରାପାଲି ଗାଁର କେଶବ ବଗର୍ତ୍ତୀ(୩୫) କୀଟନାଶକ ଔଷଧ ଖାଇ ଅସୁସ୍ଥ ହୋଇପଡିଥିଲେ । ପାରିବାରିକ କଳହକୁ କେନ୍ଦ୍ର କରି କେଶବ ବିଷ ପିଇଥିବା କହୁଥିବା ବେଳେ ପ୍ରକୃତ କାରଣ ଜଣାପଡିନାହିଁ । ତେବେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କେଶବଙ୍କ ଅଧାରାତ୍ରୀରେ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.