ପିକେଟିଂ କରି ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କଲେ ଆନ୍ଦୋଳନକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିକେଟିଂ କରି ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କରିଛନ୍ତ ଆନ୍ଦୋଳନକାରୀ । ସମ୍ବଲପୁରରେ ଘଟିଥିବା ଅପ୍ରିତିକର ପରିସ୍ଥିତିର ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି । ତେବେ ଆଜି ସକାଳେ ବଜରଙ୍ଗ ଦଳ ବଲାଙ୍ଗିର ମୁଖ୍ୟ ଡାକଘରକୁ ଯାଇ ଏହାର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଦେଖାଦେଇଛି । ଏହା ସହିତ ପିକେଟିଂ କରି ଗାଡି ଚଳାଚଳକୁ ମଧ୍ୟ ବନ୍ଦ କରିଛନ୍ତି ବଜରଙ୍ଗ ଦଳ ।

Leave A Reply

Your email address will not be published.