csstore

କୈବର୍ତ୍ତ ସମାଜର ମହାନାୟକ ଆକୁଳାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡିଶା କୈବର୍ତ୍ତ ମହାସଭା ଯୋବ୍ରା, କଟକ ଆନୁକୂଲ୍ୟରେ ମହାସଭା ସମାଜର ମହାନାୟକ ଆକୁଳାନନ୍ଦ ବେହେରାଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ରାଷ୍ଟ୍ର ତଥା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ଆକୁଳାନନ୍ଦଙ୍କ ଜୀବନାଦର୍ଶ, ତ୍ୟାଗ, ତପସ୍ୟା ଓ କୈବର୍ତ୍ତ ସମାଜ ପ୍ରତି ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସ୍ୱର୍ଗତ ବେହେରାଙ୍କ ମାର୍ଗ ଅନୁସରଣ କରି ଜାତି ଭିତରେ କିପରି ଐକ୍ୟବଦ୍ଧତା, ଅଭିନ୍ନତା ଓ ଉନ୍ନତି ହୋଇପାରିବ ସେ ସଂପର୍କରେ ମତ ରଖିଥିଲେ । ଏହି ସଭାରେ ସଭାପତିତ୍ୱ କରି ମହାସଭାର ସଭାପତି ପ୍ରଫେସର ଡଃ ଦେବେନ୍ଦ୍ରନାଥ ବେହେରା ସ୍ୱର୍ଗତ ଆକୁଳାନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଜାତିର ସ୍ୱାର୍ଥକୁ ବଜାୟ ରଖି ଜାତିକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ସାଧାରଣ ସଂପାଦକ ରମାକାନ୍ତ ବେହେରା ମହାସଭାର ସଂଘର୍ଷମୟ ଇତିହାସ ସଂପର୍କରେ ଓ କୋଣ ଅନୁକୋଣରୁ ଆସିଥିବା ପ୍ରତିନିଧିଙ୍କ ଜାତି ପାଇଁ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ନାରାୟଣ ବେହେରା, ପଦ୍ମଚରଣ ବେହେରା, ସୁରେଶ ଚନ୍ଦ୍ର ବେହେରା, ଅଶୋକ କୁମାର ଦଳେଇ, ପ୍ରଦୀପ ବେହେରା ପ୍ରମୁଖ ଆକୁଳାନନ୍ଦଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ବତନ୍ତ୍ର ସଚିବ ସୁମନ ବେହେରା, ପ୍ରାକ୍ତନ ଅତିରିକ୍ତ ବନ ସଂରକ୍ଷକ ପାଣ୍ଡବ ବେହେରା, ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ଶ୍ରୀ ପରିଡା ତଥା କଟକ ଓ ଗଞ୍ଜାମ ଅଂଚଳର ପ୍ରତିନିଧିଙ୍କ ସହ ଜାତି ପାଇଁ ସମର୍ପିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୌମ୍ୟରଂଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.