jayashree

ମହଦେଶ୍ୱର ମହାଦେବ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପ୍ରୟାସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ, ପାଟଣାଗଡ଼ ବ୍ଲକ ଓ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମହଦାଶୁନି ପାହାଡ଼ । ସ୍ଥାନୀୟ ଅଞ୍ଚଳରେ ମହଦା ପାହାଡ଼ ନାମରେ ପରିଚିତ । ଚିରସ୍ରୋତା ଝରଣା ସାଙ୍ଗକୁ ଭାରତ ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ଭାବେ ଏହି ପାହାଡ଼ ଐତିହାସିକ ଗୁରୁତ୍ୱ ବହନ କରିଥାଏ । ପାହାଡ଼ ପାଦଦେଶରେ ଥିବା ପ୍ରାୟ ୨୫ ଖଣ୍ଡ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ୩ ହଜାର ଫୁଟ ପାହାଡ଼ ଉପରେ ମହଦେଶ୍ୱର ମହାଦେବଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଗତବର୍ଷ ଆଶ୍ଵିନ ମାସରେ ଏଥିପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମନ୍ଦିର ପାଇଁ ନିର୍ମାଣ ସାମଗ୍ରୀ ପାହାଡ଼ ଉପରକୁ ନିଆଯାଇଥିଲା । ସୁରେନ୍ଦ୍ର ତ୍ରିପାଠୀ, ବିଦ୍ୟାସାଗର ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଏଥିରେ ଆବାଳ ବୃଦ୍ଧବନିତା ସହଯୋଗ କରିଥିଲେ । ଶୀତଋତୁରେ ଏହି ଅଞ୍ଚଳ ବଣଭୋଜି ପାଇଁ ଯୁବବର୍ଗଙ୍କୁ ଆକୃଷ୍ଟ କରୁଥିବା ବେଳେ ଆଗାମୀ ଦିନରେ ଏହି ପାହାଡ଼ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ନେଇ ସ୍ଥାନୀୟ ବାସିନ୍ଦା ଆଶା ରଖିଛନ୍ତି ।

Leave A Reply

Your email address will not be published.