ବାଇକ ଚୋରି ବେଳେ ଧରାପଡିଲା ଚୋର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୁପାଲି ଗ୍ରାମରେ ବାଇକ ଚୋରି କରୁଥିବା ବେଳେ ଧରାପଡିଲା ଚୋର । ମିଳିଥିବା ସୂଚନା ଅନୁସାରେ ରବିବାର ଅପରାହ୍ଣ ୨ଟା ୪୫ ମିନିଟରେ ଜଗନ୍ନାଥ ନିଆଲ ତାଙ୍କ ଏଚ୍‌ଏଫ୍‌ ଡିଲକ୍ସ ବାଇକ ନଂ ଓଡି୦୩- ୮୭୭୦ କୁ ଘର ପିଢାରେ ରଖି ଘର ଭିତରେ ଥିଲେ । ଜଣେ ଅଜଣା ଯୁବକ ବାଇକ ଚୋରି କରୁଥିବା ବେଳେ ଜଗନ୍ନାଥ ନିଆଲଙ୍କ ପଡୋଶୀ ପ୍ରକାଶ ସୁନା ଦେଖି ବାଇକ୍ ଚୋରି ହେଉଥିବା ଜାଣିପାରି ପାଟି କରିବା ପରେ ବାଇକ ମାଲିକ ସହ ଗାଁ ଲୋକେ ରୁଣ୍ଡ ହୋଇଯାଇଥିଲେ ଏବଂ ଲୁଟେରାକୁ ଧରି ନିର୍ଧୁମ ଛେଚିଥିଲେ । ଖବର ପାଇ ଖପ୍ରାଖୋଲ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଗିରଫ ହୋଇଥିବା ଯୁବକ ଜଣକ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗ୍ରାମର ସରୋଜ ସରାଫ ବୋଲି ଜଣାପଡିଛି । ଚୋରକୁ ଗିରଫ କରିବା ସହିତ ପୋଲିସ ବାଇକ ଚୋରିର ଖିଅ ଖୋଜୁଛି । ପ୍ରକାଶ ଥାଉକି ଗତ ୫ ତାରିଖ ଗୁଣ୍ଡୁରୁପାଲି ଗ୍ରାମରେ ପ୍ରହରୀ ହେଉଥିବା ସମୟରେ କଟାପାଲି ଗ୍ରାମର ମନୋହର ହଂସ ପ୍ରହରୀରେ ଯୋଗଦେଇ ଭଗବାନଙ୍କ ନାମ ଧରିବା ପାଇଁ ଆସିଥିବା ବେଳେ ତାଙ୍କ ବାଇକ ନଂ ଏଚ୍‌ଏଫ୍‌ ଡିଲକ୍ସ ଓଡି୦୩-୦୧୮୮ ପ୍ରହରୀ ମଣ୍ଡପ ନିକଟରୁ ଚୋରି ହୋଇଯାଇଥିବା ନେଇ ଖପ୍ରାଖୋଲ ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତ ସରୋଜ ଆଗରୁ ମଧ୍ୟ ବାଇକ ଚୋରିକୁ ନେଇ ଜେଲ ଯାଇଥିବା ବେଳେ ଗତ ବର୍ଷ ଜଣଙ୍କ ଘରୁ ଚୋରି କରିଥିବା ନେଇ ଅଭିଯୁକ୍ତ ସେରୋଜଙ୍କୁ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡ ହୋଇଥିଲା । ଜେଲରେ ଗୋଟିଏ ବର୍ଷ ଦଣ୍ଡ ଭୋଗୀ ଆସିଲା ପରେ ପୁଣି ବାଇକ ଚୋରିରେ ଧରାପଡିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୫୨/୨୦୨୩ରେ ଗୋଟିଏ ମାମଲା ରୁଜୁ ହୋଇଥିବା ଖପ୍ରାଖୋଲ ଏସ୍‌ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.