ଟିଟିଲାଗଡ ବଙ୍ଗାଳୀ ସମାଜ ତରଫରୁ ବଙ୍ଗାଳୀ ନବବର୍ଷ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ବଙ୍ଗାଳୀ ସମାଜ ତରଫରୁ ସ୍ଥାନୀୟ ଗୋବିନ୍ଦ ବଟିକା ଠାରେ ସମାଜର ସଭାପତି ଶେଖର ସିହ୍ନାଙ୍କ ସଭାପତିତ୍ୱରେ ବଙ୍ଗାଳୀ ନବବର୍ଷକୁ ସ୍ୱାଗତ କରାଯାଇଛି । ଟିଟିଲାଗଡ ବଙ୍ଗାଳୀ ସମାଜର ଚଳିତ ବର୍ଷ ୨୪ତମ ନବବର୍ଷ ପାଳନ କରାଯାଇଛି । ପ୍ରଥମେ ଦେବା ଦେବୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିବା ପରେ ନବବର୍ଷର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ କଲ୍ୟାଣ କାନ୍ତି ବୋଷ । ଏହି ଅବସରରେ ଟିଟିଲାଗଡର ସମାଜସେବୀ ତଥା ଲାୟଂସ କ୍ଲବର ସଦସ୍ୟ ସ୍ୱର୍ଗତ ପ୍ରଭାସ ସାହୁଙ୍କ ସ୍ମୃତିରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଏହି ନବ ବର୍ଷ ପାଳନ ଅବସରରେ ସହରର ସମସ୍ତ ବଙ୍ଗାଳୀ ପରିବାରର ସଦସ୍ୟମାନେ ଆସି ଯୋଗ ଦେଇଥିଲେ । ଏହି ଅବସରରେ ସମାଜର ବହୁମୁଖି ପ୍ରତିଭାମାନଙ୍କ ଦ୍ୱାରା ଅତି ସୁନ୍ଦର ନୃତ୍ୟ, ଗୀତ ଏବଂ କବିତା ପାଠ କରାଯାଇଥିଲା । ଏହି ନବବର୍ଷକୁ ସଫଳ କରାଇବାରେ ସମାଜର ସଦସ୍ୟ ଦୀପକ ସମାଦ୍ଦର୍, ଭୋଲା ସରକାର, ଡ ସମାଜ ପତି, କାଳୀ ପ୍ରାସାଦ ମୁଖାର୍ଜୀ, ପ୍ରଦିପ ଦେ, ଶଙ୍କର ଦାସ, ସୁଧୀର ଦାସ, ଶଙ୍କର ଚେଟର୍ଜି ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.