ପାଟଣାଗଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପାଟଣାଗଡ ଗଂଗାଧର ପାର୍କଠାରେ ଗତ ୧୪ ତାରିଖ ଦିନ ମହାବିଷୁବ ମିଳନ ମହାସମାରୋହରେ ପାଳତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସାହିତ୍ୟ ସଭା ଓ ମୁଖପତ୍ର “ତ୍ରିଶକ୍ତି “ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଯାଇଛି । ବିଷୁବ ସମ୍ମାନ ୨୦୨୨ ଓ ୨୦୨୩ ପ୍ରଦୀପ କୁମାର ପଣ୍ଡା ଓ କାଳିଦାସ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଦୀପ କୁମାର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କାଳିଦାସ ମିଶ୍ର ଯୋଗ ଦେଇଥିଲେ । ଆଶିଷ କୁମାର ଚନ୍ଦନ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅଶୋକ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ କବିତା ଆସର ଅନୁଷ୍ଠିତ ହୋଇଥିବା ବେଳେ ସଂଯୋଜନା କରିଥିଲେ ସଂଯୁକ୍ତା ଚନ୍ଦନ ଓ ପୁଷ୍ପାଞଳି ମେହେର । ଏଥିରେ ପ୍ରାୟ ୪୮ ଜଣ କବି ନିଜର କବିତା ପାଠ କରିଥିଲେ ।

Leave A Reply

Your email address will not be published.