ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ମଲକାସଡା ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ଟଙ୍ଗ ଜୋର୍‌ଠାରୁ ବିରାଟ ଶୋଭାଯାତ୍ରାରେ ମହିଳାମାନେ ୧୦୮ କଳସ ଆଣି ନାମଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ଏହି ନାମଯଜ୍ଞରେ କର୍ତ୍ତା ଭାବେ ଦୈତାରି ଛତ୍ରିଆ ଓ ତାଙ୍କ ସହଧର୍ମିଣୀ ବିନୋଦିନୀ ଛତ୍ରିଆ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ କିଶୋର ପଣ୍ଡା ଦାୟିତ୍ୱ ତୁଳାଇ ଥିଲେ । ଏଥିରେ ବିଭିନ୍ନ ଗାଁର ସଂକୀର୍ତ୍ତନ୍ୟ ଦଳ ଅଂଶଗ୍ରହଣ କରି ପ୍ରଭୁଙ୍କୁ ନାମ ଗାନ କରିଥିଲେ । ଏହି ଭକ୍ତିମୟ ପରିବେଶରେ ବିଭିନ୍ନ ସ୍ଥାନରୁ ଜନ ପ୍ରତିନିଧିମାନେ ଉପସ୍ଥିତ ରହି ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଏଥିରେ ଠେମରା ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ନାଏବ ସରପଞ୍ଚ ମହାଦେବ ରଣା, ପୂର୍ଣ୍ଣ ରଣା, ଭୋଳା ରଣା, ମଙ୍ଗୁଲୁ ରଣା, ନେତ୍ର, ସମ୍ବାରୁ, କୁରୁପତି, ଜୟରାମ, ଟିକେଶ୍ୱର, ଶଶୀ, ନିତ୍ୟା, ବେଦବର, ଭରତ, କିଷାନ, ଧୋବା, ପିଣ୍ଟୁ ସାହୁ, ବିଶି, ଖଗେଶ୍ୱର, ତ୍ରିଗତ, ଭୀମ ସାହୁ, ବସନ୍ତ ସାହୁ, ହାଡ଼ିପା, କିରସିନ୍ଧୁ, ମାର୍କଣ୍ଡ, ଦୁର୍ଗା, ସଞ୍ଜୀବ, ଅଲେଖ, ଜଗି ପୃସେଠ ତଥା ଗ୍ରାମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.