csstore

ତୁରେକେଲା ବ୍ଳକରେ ନୂତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ନୂତନ ସହକାରୀ ଶିକ୍ଷା ଅଧିକାରୀ ଭାବେ ଚନ୍ଦ୍ରଭାନୁ ବେହେରା ଯୋଗଦାନ କରିଛନ୍ତି । ପ୍ରକାଶ ଥାଉକି ତୁରେକେଲା ବ୍ଲକରେ ବହୁ ଦିନରୁ ଏହି ପଦବୀ ଖାଲି ପଡିଥିଲା । ଶ୍ରୀ ବେହେରା ଯୋଗ ଦେଇଥିବାରୁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଅନ୍ତର୍ଭୁକ୍ତ) ତରଫରୁ ସ୍ୱାଗତ କରାଯାଇଥିଲା । ସଂଘର ସଭାପତି ବିରଞ୍ଚି ନାରାୟଣ ଦାଶ କାର୍ଯ୍ୟାଳୟଠାରେ ବିଜୟ କୁମାର ପାଣିଗ୍ରାହୀ, ବୁଦ୍ଧଦେବ ବନଛୋର, ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଗୁରୁପ୍ରସାଦ ଛତ୍ରିଆ, ସଞ୍ଜୟ ଖୁରା, ଦୀନେଶ ମହାନନ୍ଦ, ଜାନକୀରାମ ସାମବେଦମ, ରାମକୃଷ୍ଣ ସେଲମା, ସୁନୀଲ ସାହୁ, ରମେଶ ସୁନା, ପ୍ରକାଶ ସେଲମା, ରବୀନ୍ଦ୍ର ରଥଙ୍କ ଉପସ୍ଥିତିରେ ଶ୍ରୀ ବେହେରାଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ବେହେରା ଯୋଗ ଦେଇଥିବାରୁ ଶିକ୍ଷକ ମହଲରେ ଖୁସିର ଲହରି ଖେଳିଯାଇଛି ।

jayashree
Leave A Reply

Your email address will not be published.