lika

ଜିଲ୍ଲାସ୍ତରୀୟ ଡ. ବି.ଆର୍‌. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପିପି ଏକାଡେମୀ ସଭା ଗୃହରେ ଜିଲ୍ଲାସ୍ତରୀୟ ଡ. ବି.ଆର୍‌. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପ୍ରାଧ୍ୟାପକ ଡ. ମନୋଜ କୁମାର ନାଗ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଓ ପିପି ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ମଞ୍ଚାସୀନ ଅତିଥିମାନେ ଡ. ବି. ଆର୍‌. ଆମ୍ବେଦକରଙ୍କ ଜୀବନାଦର୍ଶ ଏବଂ ତାଙ୍କ ମହାନ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଆଜି ଅନୁଷ୍ଠିତ ହୋଇଥିବା ବକୃତା ପ୍ରତିଯୋଗିତାରେ ବିଚାରକ ଭାବେ ସାହିତ୍ୟିକ ସନାତନ ଠାକୁର, ଅଧ୍ୟାପକ ଅଶୋକ କୁମାର ପଣ୍ଡା ଏବଂ ‘କୋଶଳ ପ୍ରବାହ’ର ସମ୍ପାଦକ କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ଏଥିରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ସ୍ତରରେ ବକୃତା ପ୍ରତିଯୋଗିତାରେ ପ୍ରତିଶ୍ରୁତି ନାୟକ, ଆର୍ୟନ ରାଉତ ଓ ଶୁଭେଚ୍ଛା ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଶ୍ୱେତା ପରିମିତା ପଟେଲ, କ୍ରିଷ୍ଣାରାଜ ରଥ ଓ ସନ୍ଧ୍ୟାରାଣୀ ପଧାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.