ଭୁବନେଶ୍ୱର, (କେପିଏନ୍ଏସ୍) : ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ । ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ । ସାଥୀରେ ପାଣି ବୋତଲ ନିଅନ୍ତୁ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ । ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷର ସୂଚନା ପ୍ରଦାନ କରାଯାଇଛି ।