jayashree

ଆଇପିଏଲ ବେଟିଂ ଚାଲିଥିବା ବେଳେ ପୁଲିସର ଚଢାଉ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆର ରୋଡ଼୍‌ ସହରରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ପୁଲିସର ଚଢାଉ । ଏହି ଚଢାଉ ସମୟରେ ପୁଲିସ ଛତିଶଗଡ଼ ରାଜ୍ୟର ୫ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଗତକାଲି ଖରିଆର ରୋଡ଼୍‌ ସହର ରାମ ମନ୍ଦିର ପଛପଟେ ଆଇପିଏଲ ବେଟିଂ ଚାଲିଥିଲା । ଜୋଙ୍କ ଆଇଆଇସି କୈଳାଶଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଖବର ପାଇ ଚଢ଼ଉ କରିଥିଲେ । ସେଠାରୁ ବେଆଇନ ଆଇପିଏଲ ବେଟିଂ ଅଭିଯୋଗରେ ଛତିଶଗଡ଼ ରାଜ୍ୟ ବେମେତରା ଓ ରାଜନନ୍ଦଗାଁ ଜିଲ୍ଲାର ୫ ଜଣ ଯୁବକଙ୍କୁ ଗିରଫ କରିଥିଲା । ସେଠାରୁ ୪ ଲ୍ୟାପଟୋପ, ୨୧ମୋବାଇଲ, ବିଭିନ୍ନ ବ୍ୟାଙ୍କର ୧୫ଟି ଏଟିଏମ୍ କାର୍ଡ, ୧୦ଟି ଚେକ୍‌ବୁକ୍‌ ଓ ୫ଟି ବ୍ୟାଙ୍କ ପାସ୍‌ବୁକ୍‌ ଜବତ କରିଥିଲେ । ଏ ନେଇ ଅଧିକ ତଦନ୍ତ ଚାଲିଥିବା ଜୋଙ୍କ ଥାନାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.