ପାଟଣାଗଡ, (ସଦାଶିବ ସରାଫ) : ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ଶ୍ରୀମତୀ ଶ୍ୱେତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ପାଟଣାଗଡ ଉପକାରାଗାର ମଧ୍ୟରେ ପ୍ରୋଭିଜନ ଅଫ ସିଆରପିସି ଏଫଆଇଆର, ସମନ ଓ ୱାରେଣ୍ଟ ରାଇଟ ଲିଗାଲ ରିପ୍ରେଜେନ୍ସର ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ମିଶ୍ର ବନ୍ଦୀମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିଥିଲେ । ଉକ୍ତ ସଭା ପରେ ଉପଜିଲ୍ଲାପାଲ ଡ଼କ୍ଟର ବିଜୟାନନ୍ଦ ସେଠୀ, ଏସଡିପିଓ ଜ୍ୟୋତିମୟ ଭୁକ୍ତା, ସରକାରୀ ଓକିଲ ଶ୍ରୀମତ କୁମାର ପାଣିଗ୍ରାହୀ, ଆଶୀଷ ଚନ୍ଦନ, କାମାକ୍ଷା ପ୍ରସାଦ ସାହୁ ଓ ଭକ୍ତରାମ ବାଗ ଯୋଗଦେଇ କଏଦୀମାନଙ୍କର ଅଧିକାର ଏବଂ ଆଇନ ସହାୟତା ଉପରେ ଆଲୋକପାତ କରିଥିଲେ । ଜେଲ୍ ଅଧିକାରୀ ଜନାର୍ଦ୍ଦନ ମଲ୍ଲିକଙ୍କ ସହାୟତାରେ ଉକ୍ତ ସଭାଟି ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟକ୍ଷ ଶ୍ରୀମତୀ ଶ୍ଵେତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କଏଦୀମାନଙ୍କୁ ବିସ୍କୁଟ ଏବଂ ଫଳ ବଣ୍ଟନ କରିଥିଲେ ।