oom

ଗଞ୍ଜାମ ତହସିଲ ପ୍ରଶାସନ ପକ୍ଷରୁ ୨୮୫ ଜଣ ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ସବ୍‌ ଡିଭିଜନରେ ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନରେ ଗଞ୍ଜାମ ତହସିଲ ଏକ ନମ୍ବର ବୋଲି ମଙ୍ଗଳବାର ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ସୂଚନା ଦେଇଛନ୍ତି । ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ପ୍ରାଙ୍ଗଣରେ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ଏକ ରାଜସ୍ୱ ରଥ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ବିଡିଓ ଜସ୍ମିନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବ୍ଲକ ଓ ଏନଏସିର ପ୍ରାୟ ୨୮୫ ଜଣ ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନ କରାଯାଇଥିଲା । ସାଢେ ୪ କୋଟି ଓଡିଶାବାସୀଙ୍କ ସୁଖ ଦୁଃଖରେ ସାଥି ହୋଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ଏବଂ ତାଙ୍କର ନିର୍ଦ୍ଦେଶରେ ଏହି ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନ କରାଯାଉଥିବା ଉପସ୍ଥିତ ସାଂସଦ ଓ ବିଧାୟକ ମତବ୍ୟକ୍ତ କରିଥିଲେ । ତହସିଲଦାର ଶ୍ରୀ ନାୟକ ଲୋକଙ୍କ ଘରକୁ ଯାଇ ରାଜସ୍ୱ ରଥ ମାଧ୍ୟମରେ ପଟ୍ଟା ବଣ୍ଟନକୁ ସାଂସଦ, ବିଧାୟକ ଏବଂ ଉପଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ବିଜେଡି ନେତୃବୃନ୍ଦ, ବିଭିନ୍ନ ୱାର୍ଡ କାଉନସିଲର, ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ରହିଥିବା ବେଳେ ତହସିଲ କର୍ମଚାରୀ ଓ ବିଭିନ୍ନ ଅଂଚଳର ଆରଆଇମାନେ ଉପସ୍ଥିତ ରହି ପଟ୍ଟା ବଣ୍ଟନରେ ସହଯୋଗ କରିଥିଲେ । ଯେଉଁମାନଙ୍କ ପଟ୍ଟା ହୋଇନି କିମ୍ବା ପଟ୍ଟା ଆସିନାହିଁ ସେମାନେ ତହସିଲ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ତହସିଲଦାର ଅରୁଣ କୁମାର ନାୟକ ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.