csstore

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ସ୍ଥିତ କମରଲଗା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ଼ ଡିଭିଜନ ସମ୍ପାଦକ ରାଜ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କେନ୍ଦୁପତ୍ର ସଂଘର ଉପଦେଷ୍ଟା ସଞ୍ଜିତ ମହାନ୍ତି, ରାଜ୍ୟ କେନ୍ଦୁପତ୍ର ସମ୍ପାଦକ ଶିବ ନନ୍ଦ ପରିଚ୍ଛା, ସଂଘର ସଦସ୍ୟ ଶିବ ପ୍ରସାଦ ପଟ୍ଟନାୟକ ଓ ତୁଷୁରା ରେଞ୍ଜ କେନ୍ଦୁପତ୍ର ହେଡ଼୍‌ ଚେକର ରସୁଲ ଖାନ୍ନ ପ୍ରମୁଖ ଯୋଗଦାନ କରି କେନ୍ଦୁପତ୍ର ତୋଳାଳିମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟତଃ ସର୍କଲ ଚେକର ଓ ବନ୍ଦେଇ ଚେକରଙ୍କୁ ୮ ମାସରୁ ୧୨ ମାସ କରାଯାଉ । ଏହା ସହିତ ସିଜନ ଚେକର, ମୁନସୀ, ଚପରାଶିକୁ ୩ରୁ ୬ ମାସ କରାଯାଉ । ସେହିପରି ସର୍କଲ ଚେକର ଓ ହେଡ଼୍‌ ଚେକରଙ୍କ ପେଟ୍ରୋଲ ଓ ଗାଡି ବ୍ୟବସ୍ଥା କରିବା ସହ ଅବସର ପରେ ପେନସନ୍‌ ବ୍ୟବସ୍ଥା କରାଯାଉ ବୋଲି ଦାବୀରେ ଉଲ୍ଲେଖ ରହିଥିଲା । ପରେ ସଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇ ଟିଟିଲାଗଡ଼ ଡିଭିଜନ ଦାୟିତ୍ୱରେ ଥିବା ଡ଼ିଏଫଓଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ସଇଁତଲା ରେଞ୍ଜ ସଭାପତି ଅଶୋକ ଷଡ଼ଙ୍ଗୀ, ସମ୍ପାଦକ ଡିଙ୍ଗର ଠାକୁର, ଲିଙ୍ଗରାଜ ପୋଢ଼, ବିବେକ ପାତ୍ର, ହରି ସିଂ ପାତ୍ର, ବିଜୟ ସାହୁ, ବୀର ଧରୁଆ, ଶିବ ବାଗ, ମହେନ୍ଦ୍ର ବଗର୍ତ୍ତି, ମହେଶ୍ୱର ମାଝୀଙ୍କ ସମେତ ବହୁ ମହିଳା ପୁରୁଷମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.