jayashree

ସ୍ୱୟଂ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଅସ୍ମିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡ.ବିଭୁତି ପଣ୍ଡା ଓଡ଼ିଆ ଅସ୍ମିତାରେ ସାରଳା ମହାଭାରତ ଶୀର୍ଷକରେ ଆଲୋଚନା କରିଥିଲେ । ଓଡ଼ିଶାର ପୁରପଲ୍ଲୀରେ ସାରଳା ମହାଭାରତ ଏବେବି ଲୋକ ପ୍ରିୟତାରେ ଶୀର୍ଷରେ । ସାରଳା ମହାଭାରତରେ ପ୍ରତ୍ୟେକ ପର୍ବରେ ଜଗନ୍ନାଥଙ୍କ ସ୍ଥିତିକୁ ଉପସ୍ଥାପନା କରିଛନ୍ତି । ଡ. ପଣ୍ଡାଙ୍କ ମତରେ ଓଡ଼ିଆ ଜାତିର ଅସ୍ମିତା ହେଉଛନ୍ତି ଶ୍ରୀଜଗନ୍ନାଥ । ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ପଠିତ ଗଳ୍ପ କବିତାକୁ ସମୀକ୍ଷା କରିଥିଲେ । କବି ସୁଶାନ୍ତ କୁମାର ନାୟକ ସଂଯୋଜନା କରିଥିବା ବେଳେ ଅଶୋକ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ରାଜକୁମାର ମହାନ୍ତି ଗଳ୍ପ ପାଠ କରିଥିବା ବେଳେ ଡ. ଗୀତାଞ୍ଜଳି ପତ୍ରୀ, ରଶ୍ମି ବାଳା ରାଉତରାୟ, କନକ ଲତା ମିଶ୍ର, ସଚିସ୍ମିତା ପଣ୍ଡା, ସୁଶ୍ରୀ ସଂଗୀତା ଦାସ, କିଶୋରି ମୋହନ କର, ବିନା ମହନ୍ତ ଏବଂ ରଶ୍ମି ରଞ୍ଜନ ସାହୁ କବିତା ପାଠ କରିଥିଲେ । ଶେଷରେ ପାଠାଗାରର ସାଧାରଣ ସମ୍ପାଦକ ହରିହର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ଦାସ, ହରିହର ନାୟକ, ରଶ୍ମି ସାହୁ, ଅଜୟ କୁମାର ମହାନ୍ତି, ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସମେତ ବହୁ କବି କବୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.