jayashree

ଜଷ୍ଟିସ ମହାନ୍ତିଙ୍କ ରାଉରକେଲା ଗସ୍ତ ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦର କେନ୍ଦ୍ରୀୟ କମିଟି ତରଫରୁ ଜଷ୍ଟିସ ମନୋରଂଜନ ମହାନ୍ତି ରାଉରକେଲା ଶାଖାର କାର୍ଯ୍ୟକାରିତା ଅନୁଧ୍ୟାନ କରିବାକୁ ଆସି ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗତ ୫ ତାରିଖ ଦିନ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟର ବାଳବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ତିନୋଟି ସୁତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ରବି ଦାସ, ଭାରତ ବିକାଶ ପରିଷଦର ରାଜ୍ୟ ସଂପର୍କ ସଂପାଦକ ଅନୁପମ ଗୁପ୍ତା, ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଏବଂ ଚେମ୍ବର ଅଫ କମର୍ସର ଉପସଭାପତି ବିଷ୍ଣୁଦୟାଲ ଅଗ୍ରୱାଲ ଓ ଅନ୍ୟ ସଦସ୍ୟମାନେ ଯୋଗଦାନ କରିଥିଲେ । ସନ୍ଧ୍ୟାରେ ଜଗଦା ସ୍ଥିତ ମାଳତୀ ଚୌଧୁରୀ ସଦନକୁ ଯାଇ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ।

ପରେ ଭାରତ ବିକାଶ ପରିଷଦର ସଭ୍ୟ ସମାବେଶରେ ଉଦ୍‌ବୋଧନ ଦେଇଥିଲେ । ୬ ତାରିଖରେ ତାଙ୍କର ଦିବସବ୍ୟାପି କାର୍ଯ୍ୟକ୍ରମରେ ଜଗଦା ସ୍ଥିତ ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲ ପରିଦର୍ଶନରେ ଯାଇ କୁନି କୁନି ପିଲାଙ୍କ ସହ ଭାବ ବିନିମୟ ଓ ଚାଚା ନେହେରୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରବି ଦାସ ଓ ଅନୁପମ ଗୁପ୍ତା ଯୋଗ ଦେଇଥିଲେ । ପରେ ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ସମାବେଶକୁ ଉଦ୍‌ବୋଧନ ଦେଇ ନ୍ୟାୟ ପାଇବାର ଅଧିକାର ସମସ୍ତଙ୍କର ରହିଛି ବୋଲି ମତବ୍ୟକ୍ତ କରିଥିଲ । ଛାତ୍ରଛାତ୍ରୀମାନେ ଗାନ୍ଧୀବାଦକୁ ଆଦର୍ଶ କରି ନିଜକୁ ସୁନାଗରିକ ଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ସଂଧ୍ୟ୍ୟାରେ ରାଉରକେଲା ଇସ୍ପାତ କାରଖାନା ତରଫରୁ ଗାନ୍ଧୀ ଉଦ୍ୟାନ ଉଦ୍‌ଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଏକ ତଥ୍ୟ ଭିତ୍ତିକ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସେ ଘୋଷଣା କରିଥିଲେ ଯେ, ଏହି ଉଦ୍ୟାନର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତ ବିକାଶ ପରିଷଦ ଓ ଗାନ୍ଧୀ ଶାନ୍ତି ଫାଉଣ୍ଡେସନର ତତ୍ୱାବଧାନରେ ପରିଚାଳିତ ହେବ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.