ଗୋଇନ୍ଦାମୁଣ୍ଡାରେ ଆଂଚଳିକ ଯାଦବ ସମାଜ ବୈଠକ : ନୂତନ କର୍ମକର୍ତ୍ତା ନିର୍ବାଚନ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ଗୋଇନ୍ଦାମୁଣ୍ଡା ଠାରେ ରାଜପୁର-ବୋରପଦର-ରିଂଜା ଆଂଚଳିକ ଯାଦବ ସମାଜର ସାଂଗଠନିକ ବୈଠକ ବ୍ଲକ ସଭାପତି ଗରୁଡଧ୍ୱଜ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମାଜିକ ସଂଗଠନର ଦୃଢତା, ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପରେ ଆଂଚଳିକ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । କମଳ ବାଗ ପୁର୍ନଃବାର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ନୀଳମଣି ବାଗ ସଂପାଦକ, ନବୀନ ମନହିରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟିକୁ ସୁଶାନ୍ତ ବାଗ, ପୂର୍ଣ୍ଣଚନ୍ଦ୍ର ବଗର୍ତ୍ତି, ଯୋଗିନ୍ଦ୍ର ଭୋଇ, ଘାସିରାମ ବାଗ, କରୁଣା ହାତୀ, ଶୁକଦେବ ଭୋଇ, ବିପ୍ର ବାଗ, ବସନ୍ତ ବାଗ, ଚୂଡାମଣି ସେଲମା, ଦୈତାରୀ ପୋଢ, ବିରଂଚି ଭୋଇ ମନୋନୀତ ହୋଇଥିଲେ । ସେହିପରି ରାଜପୁର ପଂଚାୟତ କମିଟିର ମଧ୍ୟ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଏଥିରେ ମୋହିତ ବାଗ ସଭାପତି, ତ୍ରିଲୋଚନ ବାଗ ସଂପାଦକ, ଡମ ବାଗ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିକୁ କୃଷ୍ଣଚନ୍ଦ୍ର ବାଗ, କୃପାସିନ୍ଧୁ ଭୋଇ, ପରମାନନ୍ଦ ବାଗ, ନାରାୟଣ ବାଗ, ପ୍ରେମାନନ୍ଦ ବାଗ, ଦିବ୍ୟକାନ୍ତ ବଗର୍ତ୍ତି, ଧୃବଚରଣ ବାଗ ମନୋନୀତ ହୋଇଥିଲେ । ବୈଠକରେ ବ୍ଲକ ସଂପାଦକ ନରୋତ୍ତମ ସେଲମା, ଉପସଭାପତି ମାୟାଧର ଭୋଇ, ଉପଦେଷ୍ଟା ନୃପମଣି ଗହୀର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.