ସତ୍ୟବାଦୀ ପ୍ରେସ୍‌କ୍ଲବର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀ ପ୍ରେସ୍‌କ୍ଲବର ୨୫ତମ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବେ ଶନିବାର ପାଳିତ ହୋଇଯାଇଛି । କ୍ଲବର ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ କରି ପ୍ରେସ୍‌କ୍ଲବର ଉତ୍ତରୋତର ଉନ୍ନତି କାମନା କରିଥିଲେ । ବରିଷ୍ଠ ସେବାୟତ ବିଶ୍ୱନାଥ ମହାପାତ୍ର ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ କରିବା ପରେ ସିଂହଦ୍ଵାର ସମ୍ମୁଖରେ ୨୫ଟି ଦୀପ ଲଗାଯାଇଥିଲା । ପ୍ରେସ୍‌କ୍ଲବର ସଭାପତି କିଶୋର ଚନ୍ଦ୍ର ମହାପାତ୍ର, ଉପସଭାପତି ଅଶୋକ କୁମାର ମିଶ୍ର, ସମ୍ପାଦକ ଅଶୋକ ବେହେରା, ସହ ସମ୍ପାଦକ ପ୍ରଶାନ୍ତ ବାରିକ, କୋଷାଧ୍ୟକ୍ଷ ବସନ୍ତ ପଟ୍ଟନାୟକ, ପ୍ରେସ୍‌କ୍ଲବର ପ୍ରତିଷ୍ଠାତା ସଦସ୍ୟ ସାମ୍ବାଦିକ ପୂର୍ଣ୍ଣାନନ୍ଦ ତ୍ରିପାଠୀ, ସାମ୍ବାଦିକ ଅମର ଶତପଥି, ସାମ୍ବାଦିକ ରାଜକିଶୋର ସେନାପତି, ସାମ୍ବାଦିକ ପ୍ରଭାତ କୁମାର ମିଶ୍ର, କାଳୀ ପ୍ରସାଦ ମିଶ୍ର, ଶିକ୍ଷାବିତ୍‌ ସତ୍ୟବାଦୀ ଦାସ, ଆଡଭୋକେଟ୍‌ ସୁଶାନ୍ତ ରଥ, ଜିଲ୍ଲା ପରିଷଦ ସଭ୍ୟ ରତୀକାନ୍ତ ମିଶ୍ର, ବିଷ୍ଣୁ ପ୍ରିୟା ବରାଳ, ସତ୍ୟଵାଦୀ ସଙ୍ଗୀତ ମହାବିଦ୍ୟାଳୟ ସମ୍ପାଦକ ବଦ୍ରୀ ନାରୟଣ ଖୁଣ୍ଟିଆ, ରାଜକିଶୋର ପତି, ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ, କ୍ଲବର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳଙ୍କ ସହିତ ସେବାୟତ, ବୁଦ୍ଧିଜୀବୀମାନେ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ ।

jittmm
Leave A Reply

Your email address will not be published.