jayashree

ଓଡ଼ିଶା ସରପଞ୍ଚ ସଙ୍ଘର କାର୍ଯ୍ୟକାରିଣୀ ବୈଠକ

  • ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଲେ ବମକ ସରପଞ୍ଚ ରୋମାଞ୍ଚଲ ସାହୁ

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଟାଉନ ହଲ୍‌ ଠାରେ ପବିତ୍ର ଉତ୍କଳ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଙ୍ଘର ସଭାପତି ସୁବୋଧ ରଣାଙ୍କ ଆବାହକତ୍ୱରେ ସର୍ବ ଭାରତୀୟ ରାଷ୍ଟ୍ରୀୟ ସରପଞ୍ଚ ସଙ୍ଘର ସଭାପତି ଜୟରାମ ପାଲସେନିଆ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଜୟ କୁମାର ସାହୁଙ୍କ ନେତୃତ୍ୱରେ ରାଜ୍ୟ ସରପଞ୍ଚ ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରପଞ୍ଚ ସଙ୍ଘ ସଭାପତି ଭାବେ କଳାହାଣ୍ଡି ଜିଲ୍ଲାର ମ. ରାମପୁର ବମକ ପଞ୍ଚାୟତର ସରପଞ୍ଚ ରୋମାଞ୍ଚଲ ସାହୁ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଜଳେଶ୍ୱର ବ୍ଲକର ସରପଞ୍ଚ ବିଷ୍ଣୁ ପଦ ପାତ୍ରଙ୍କୁ ଓଡିଶା ସରପଞ୍ଚ ସଙ୍ଘର ପ୍ରଭାରୀ ଏବଂ ବାଲେଶ୍ୱର ଜିଲ୍ଲା ବାହାଲଗା ବ୍ଲକର ସରପଞ୍ଚ ବ୍ରଜେନ୍ଦ୍ର କୁମାର ପଣ୍ଡାଙ୍କୁ ଓଡିଶା ସରପଞ୍ଚ ସଙ୍ଘର ମହାସଚିବ ଭାବେ ଘୋଷଣା କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୭୦୦ରୁ ଅଧିକ ସରପଞ୍ଚ ଯୋଗଦାନ କରିଥିଲେ । ଏହାକୁ ନେଇ ମ. ରାମପୁର ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.