ଗୋଦ୍ରାମୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ଆଞ୍ଚଳିକ ସାଧନ କେନ୍ଦ୍ରର ବୁଢ଼ୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଦ୍ରାମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବର, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା, ଏବିଓ ଜୟନ୍ତ ପ୍ରଧାନ, ସିଆରସିସି ନଳ ଭୋଇ ଯୋଗଦେଇ ଥିଲେ । ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଜଗତ କଅଁର, ଆମୀୟ କୁମାର ନାଗ, ଭଗବାନ ଭରାସଗରିଆ, ନରହରି ସାହୁ, ପ୍ରେମ ତାଣ୍ଡି, ରଶ୍ମିତା ବେହେରା, ନମିତା ବିଶ୍ୱାଳ, ନିଳେନ୍ଦ୍ରୀ କଅଁର, ଅଜିତ ଭାଟି ଉପସ୍ଥିତ ଥିଲେ ।

Leave A Reply

Your email address will not be published.