୮୮ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୮୮ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ମହାସମାରୋହରେ ବିଧିବଦ୍ଧ ଭାବେ ପାଳିତ ହୋଇଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରଠାରେ ଶନିବାର ପୂର୍ବାହ୍ଣରେ ସୁସଜିତ ଚିତାକର୍ଷକ ପୋଲିସ ପରେଡ଼ ପଡ଼ିଆରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଓଡ଼ିଶା ପୋଲିସ ପ୍ରଶାସନ ପତାକାକୁ ସମ୍ମାନ ଜଣାଇ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରେରିତ ବାର୍ତ୍ତା ପଠନ କରିଥିଲେ । ପୋଲିସ ବ୍ୟାଣ୍ଡ ମାଧ୍ୟମରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଧୂନରେ ସଭିଏଁ ଉତ୍କଳ ଜନନୀଙ୍କୁ ସମବେତ ବ୍ୟକ୍ତିଗଣ ସମ୍ମାନ ଜଣାଇ ଦେଶ ପ୍ରୀତି ଭକ୍ତିଭାବ ପ୍ରଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାସ୍ତରୀୟ ଏହି ମହତ୍ତ୍ୱପୂର୍ଣ୍ଣ ସାମାରୋହରେ ଉତ୍ତମ ସେବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାର ଆସ୍କା ଥାନାର ସବ-ଇନିସପେକ୍ଟର ବିଶ୍ଵଜିତ ନାୟକ, ପୁରୁଷୋତ୍ତମପୁର ଥାନାର ଏ.ଏସ୍‌.ଆଇ. ସିଦ୍ଧେଶ୍ୱର ରଣବୀର, ଗଞ୍ଜାମ ପୋଲିସ ମୁଖ୍ୟାଳୟ (ଛତ୍ରପୁର)ର ହାବିଲଦାର ସୁଶାନ୍ତ କୁମାର ପ୍ରଧାନ ଏବଂ କନେଷ୍ଟବଳ ଗାୟତ୍ରୀ ବେହେରା, ଭଞ୍ଜନଗର ଥାନାରେ କାର୍ଯ୍ୟରତ କନେଷ୍ଟବଲ ଆଲୋକ ରଞ୍ଜନ ତ୍ରିପାଠୀଙ୍କୁ ତାଙ୍କରି ଆଦର୍ଶତାକୁ ପ୍ରତିପାଦନ କରି ସମ୍ମାନୀତ କରାଯାଇଛି ।

Leave A Reply

Your email address will not be published.