csstore

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍‌ ପ୍ରକାଶ ଜିନ୍ଦଲଙ୍କ ୧୮ତମ ପୂଣ୍ୟତିଥି ପାଳିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଅନୁଗୋଳ ପକ୍ଷରୁଏହାର ପ୍ରତିଷ୍ଠାତା ଓମ୍‌ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୧୮ତମ ପୂଣ୍ୟତିଥି ପାଳିତ ହୋଇଅଛି । ଏହି ଅବସରରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ସଭା, ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସାଙ୍ଗକୁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ହୃଦୟେଶ୍ଵର ଝାଙ୍କ ନେତୃତ୍ବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମସ୍ତ ବିଭାଗୀୟ ମୁଖ୍ୟ, କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିବା ସାଙ୍ଗକୁ ଏହି ମହାନ ଆତ୍ମାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟାବଳୀର ସ୍ମରଣ କରିଥିଲେ । ଏହି ଅବସରରେ ଜେଏସ୍‌ପି ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିନ୍ଦଲ ନଗର ପରିସରରେ ଆୟୋଜିତ ହୋଇଥିବା ସ୍ଵେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ହୃଦୟେଶ୍ଵର ଝା ଉଦ୍‌ଘାଟନ କରିବା ସହିତ କର୍ମଚାରୀଙ୍କୁ ରକ୍ତଦାନ କରି ଅମୂଲ୍ୟ ଜୀବନ ରକ୍ଷା କରିବା ନିମନ୍ତେ ଉତ୍ସାହିତ କରିଥିଲେ । ଓଡିଶା ରକ୍ତ ଭଣ୍ଡାର ଏବଂ ଜେଏସ୍‌ପି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତଦାନ ଶିବିରରେ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସତ୍ୟବ୍ରତ ପାଟ୍ଟଜୋଶୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଶିବିରରୁ ସମୁଦାୟ ୧୪୯ ୟୁନିଟ ରକ୍ତ ସଂଗୃହୀତ ହୋଇଅଛି ।
ଜିନ୍ଦଲ ମହିଳା ସମିତି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ ସହ ଯୋଗ ଦେଇ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକ ଏବଂ ବୃଦ୍ଧାଶ୍ରମରେ ବାସ କରୁଥିବା ଲୋକଙ୍କୁ ବିଭିନ୍ନ ମୌଳିକ ଉପଯୋଗୀ ଯେପରି ଶୁଖିଲା ଖାଦ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ବଣ୍ଟନ କରିଥିଲେ । ବଡମହିତଳା ପୁନର୍ବାସ ଏବଂ ଥଇଥାନ କଲୋନୀ ସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲରେ ମଧ୍ୟ ବାଉଜିଙ୍କୁ ସ୍ମରଣ କରିବା ସହିତ ତାଙ୍କ ସମ୍ମାନରେ ଛାତ୍ର ଛାତ୍ରୀ ମାନେ ବାଉଜୀଙ୍କର ସୁନ୍ଦର ଚିତ୍ର ଅଙ୍କନ କରିଥିଲେ । ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଠାରେ ଅଖଣ୍ଡ ରାମାୟଣ ପାଠ, ପୂଜା, ହବନ, ପୁଷ୍ପାଞ୍ଜଳି ସହିତ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବହୁଳ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.