ଅଦିନିଆ ବର୍ଷା ଉଜାଡି ଦେଳା ପରିବା ଫସଲ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ଟା ବେଳେ ଖୁବ୍‌ ଜୋର୍‌ରେ ପବନ ବହିବା ସହ ବର୍ଷା ହୋଇଥିଲା । ଝଡ ତୋଫାନ ଯୋଗୁଁ ଅଞ୍ଚଳରେ ପନିପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ପାଣିରେ ପରିବା ଫସଲ ପଚି ନଷ୍ଟ ହୋଇଯିବାରୁ ଚାଷୀ ହତାଶ ହୋଇପଡିଛି । ଏପଟେ ବଜାରରେ ଆକାଶଛୁଆଁ ଦରକୁ ନେଇ ଗ୍ରାହକ ମଧ୍ୟ ଚିନ୍ତାରେ ରହିଛି । ଆଗକୁ ଉତ୍ପାଦନ ଅଧିକ ହେଲେ ପରିବା ଦର ନିୟନ୍ତ୍ରଣକୁ ଆସିବ ବୋଲି ବେପାରୀମାନେ ଆଶ ରଖିଛନ୍ତି ।

Leave A Reply

Your email address will not be published.