oom

ଠିକାଦାରଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ରାସ୍ତାକୁ ନେଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

jsmm

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଠିକାଦାରଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ରାସ୍ତାକୁ ନେଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନସ୍ଥ ବୀରନରସିଂହପୁର ଗ୍ରାମ ପଞ୍ଚାୟତର କରଡ଼ି ଜଗନ୍ନାଥ ରାସ୍ତାଠାରୁ ବୀରନରସିଂହପୁର ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇଥିବା ରାସ୍ତାର ଦୂରତା ପ୍ରାୟ ୪.୫ କି.ମି ହୋଇଥିଲେ ମଧ୍ୟ ଏହି ରାସ୍ତାରେ ୭ଟି ଗ୍ରାମ ତଥା କରଡ଼ି, ମହାକୁଡ଼ପାଲି, ନୂଆକରଡ଼ି, ମହୁଲବୁରି, ଗୁରାଣ୍ଡିସାହି, ସୁବଳୟା ଓ ଦୁମ୍ବୁରୀମୁଣ୍ଡା ଗ୍ରାମର ଜନସାଧାରଣ ଏବଂ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାତାୟତ କରୁଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ଗତ କିଛି ମାସ ହେଲା ଜଣେ ଠିକାଦାର କାମ କରୁଛନ୍ତି । କୌଣସି ବାଇପାସ୍‌ ରାସ୍ତା ନକରି ସେ ରାସ୍ତାରେ ଥିବା ପୋଲଗୁଡିକ ଭାଙ୍ଗି ଦେଇଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜନସାଧାରଣରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.