oom

ଘର ସାମ୍‌ନାରୁ ଅଟୋ ଚୋରି ଅଭିଯୋଗ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ ଲାଇନଠାରେ ଗତକାଲି ଏକ ଅଟୋ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପେଲେସ ଲାଇନର ଅନିଲ ବାରିକ ଗତକାଲି କାମ ସାରି ଦିନ ବେଳା ନିଜ ଅଟୋକୁ ନିଜ ଘର ଆଗରେ ରଖି ବିଶ୍ରାମ ନେବାକୁ ଯାଇଥିବା ବେଳେ ଆସି ଦେଖିବା ବେଳକୁ ଅଟୋଟି ଘର ଆଗରେ ନଥିଲା । ଏନେଇ ଟାଉନ ଥାନାରେ ସେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅନିଲଙ୍କ ଘର ଆଗରେ ଥିବା ସିସିଟିଭି କ୍ୟାମେରାରେ ଅଟୋ ଚୋରି ଭିଡିଓ କଏଦ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.